ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ୪ ଗୋଟି କ୍ୱାଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ସିସିଏଫ୍‌ଏ ବଲାଙ୍ଗିର ୨-୦ ଗୋଲରେ ୱାଇଏସ୍‌ଏଫ୍‌ଏ ମନହୀରାକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଅତିଥି ଭାବେ ସଦର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୋଲାପ ବାଗ ଯୋଗ ଦେଇଥିବା ବେଳେ ଖେଳାଳି ଚୟନ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର ଓ ପୂର୍ବତନ ଖେଳାଳିି ଲୋକନାଥ ନେପାକ ମଂଚାସୀନ ଥିଲେ । ଖେଳକୁ ଅବଦୁଲ ମୁଜିବ, ସଞ୍ଜନ କୁଦେଇ, ବିକି ବିଶି ଓ ସୁଶାନ୍ତ ନାଗ ରେଫରି ଭାବେ ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ବିଏନ୍‌ଏଏ ଜରାସିଂହା ବନାମ ରାଇଜିଂ ଷ୍ଟାର ଟିଟିଲାଗଡ ଖେଳ ୧-୧ ଗୋଲରେ ଡ୍ର ହୋଇଥିଲା । ଟ୍ରାଇବ୍ରେକର ୪-୨ ଗୋଲରେ ଜରାସିଂହା ବିଜୟୀ ହୋଇ ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଅତିଥି ଭାବେ କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, କାଉନସିଲ ସଦସ୍ୟ ଜୟରାମ ମିଶ୍ର ଓ ପୂର୍ବତନ ଖେଳାଳି ସୁନିଲ ଚନ୍ଦ୍ର ବିଶ୍ୱାଲ ଯୋଗ ଦେଇଥିଲେ । ଖେଳକୁ ସୁଧାଂଶୁ ସେଠ, ଜଳନ୍ଧର ସାହୁ, ସୁରେଶ ନାଏକ ଓ ନିଶାରକାନ୍ତ ନାଗ ରେଫରି ଭାବେ ପରିଚାଳନା କରିଥିଲେ । ଖୁଜେନପାଲି ପଡିଆରେ କେଏଫ୍‌ସି କଣ୍ଟାବାଞ୍ଜି ୧-୦ ଗୋଲରେ ସ୍ପୋର୍ଟ୍ସ ହଷ୍ଟେଲକୁ ହରାଇ ସେମିଫାଇନାଲ୍‌କୁ ପ୍ରବେଶ କରିଛି । ଅତିଥି ଭାବେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଖୁଜେନପାଲି ସରପଂଚ ରଂଜିତା ପାଣିଗ୍ରାହୀ ଓ ସମିତି ସଭ୍ୟା ସୂର୍ଯ୍ୟକାନ୍ତି ସାହୁ ଯୋଗ ଦେଇଥିଲେ । କ୍ରୀଡା ସଂସଦର କୃଷ୍ଣ ଚନ୍ଦ୍ର ମିଶ୍ର, ପୂର୍ବତନ ବିଧାୟକ ରମାକାନ୍ତ ସେଠ ଓ ସଂସଦର ସଦସ୍ୟ ସୁଧିର ଚନ୍ଦ୍ର ପଣ୍ଡା ମଂଚାସୀନ ଥିଲେ । ଚୁଡାପାଲି ହାଇସ୍କୁଲ ପଡିଆରେ ରିଜର୍ଭ ପୋଲିସ ୩-୧ ଗୋଲରେ ଜିୱାଇଡିସି ନକଟାସରକୁ ହରାଇ ସେମିଫାଇନାଲ୍‌କୁ ପ୍ରବେଶ କରିଛି । ଅତିଥି ଭାବେ କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ସଦସ୍ୟ ଶରତ କୁମାର ନନ୍ଦ ଯୋଗ ଦେଇଥିଲେ । ୨୨ ତାରିଖ ଶନିବାର ସିସିଏଫ୍‌ଏ ବଲାଙ୍ଗିର ବନାମ ବିଏନ୍‌ଏଏ ଜରାସିଂହା ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳ ଗାନ୍ଧୀ ଷ୍ଟାଡିୟମରେ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ଫୁଟବଲ୍‌ ସଂପାଦକ ହେମନ୍ତ କୁମାର ବେହେରା ସୂଚନା ଜଣାଇଛନ୍ତି ।

Leave A Reply

Your email address will not be published.