oom

କୋରାପୁଟ ମହାବିଦ୍ୟାଳୟରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଂପାନ୍ନ

jsmm
  • ଏକବିଂଶ ଶତାବ୍ଦୀ ଓଡ଼ିଆ କବିତାର ଭାଷା ଓ ଶୈଳୀ

କୋରାପୁଟ, (କେପିଏନ୍‌ଏସ୍‌) : କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ସରକାରୀ ମହାବିଦ୍ୟାଳୟ କୋରାପୁଟର ମିଳିତ ଆନୁକୂଲ୍ୟରେ କଲେଜ ପରିସରରେ ଏକବିଂଶ ଶତାବ୍ଦୀ ଓଡ଼ିଆ କବିତାର ଭାଷା ଓ ଶୈଳୀ ଶୀର୍ଷକ ଏକ ସଂପାନ୍ନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ, ଜୟପୁର ଡକ୍ଟର ଗୋପାଳ ହାଲଦାର ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଅଧିବେଶନରେ ସଭାପତିତ୍ୱ କରିଥିଲେ ସରକାରୀ ମହାବିଦ୍ୟାଳୟ, କୋରାପୁଟର ଅଧ୍ୟକ୍ଷ ଡକ୍ଟର ଦୀପକ କୁମାର ପଟ୍ଟନାୟକ । ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଡକ୍ଟର ପ୍ରୀତିଧାରା ସାମଲ । ମୂଳ ଭାଷଣ ପ୍ରଦାନ କରିଥିଲେ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ଲୋପାମୁଦ୍ରା ସ୍ୱାଇଁ । ଏହି ଅଧିବେଶନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଅଧ୍ୟାପିକା ସୁଜାତା ଷଡ଼ଙ୍ଗୀ । ସଂପାନ୍ନର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ । ସେ ନିଜ ବକ୍ତବ୍ୟରେ ଏକବିଂଶ ଶତାବ୍ଦୀର ଓଡ଼ିଆ କବିତାର ପରିବର୍ତ୍ତିତ ରୂପ ଓ ସ୍ୱାତନ୍ତ୍ର୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅଧିବେଶନରେ ପ୍ରବନ୍ଧ ପାଠ କରିଥିଲେ ଶୈଳବାଳା ସ୍ୱୟଂଶାସିତ ମହାବିଦ୍ୟାଳୟ, କଟକର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସଂଜିତା ମିଶ୍ର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଗଣେଣ ପ୍ରସାଦ ସାହୁ ଏବଂ ବିଶିଷ୍ଟ କବି ଚକ୍ରପାଣି ପରିଛା । ଦ୍ୱିତୀୟ ଅଧିବେଶନର ସଭାମୁଖ୍ୟ ଭାବରେ ଯୋଗ ଦେଇଥିଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ଆଲୋକ କୁମାର ବରାଳ । ପ୍ରବନ୍ଧ ପାଠ କରିଥିଲେ କବି ରବି ଶତପଥୀ, ଅନୁବାଦକ ବିଜୟ କୁମାର ପ୍ରଧାନ ଏବଂ ଗବେଷକ ଡକ୍ଟର କମଳାକୃଷ୍ଣ ତ୍ରିପାଠୀ । ଅଧ୍ୟାପକ ପ୍ରଶାନ୍ତ ସାନ୍ତରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବକ୍ତାମାନେ ଏକବିଂଶ ଶତାବ୍ଦୀର ଓଡ଼ିଆ କବିତାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି ସଂପାନରେ ବହୁ ଲେଖକ ଲେଖିକା ତଥା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.