ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍ ଭାନପୁର ପଞ୍ଚାୟତ ତୁର୍ଲା ଗାଁର ଜ୍ୟୋତି ରଞ୍ଜନ ପଣ୍ଡାଙ୍କୁ ଉପଖଣ୍ଡସ୍ତରୀୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସୁରକ୍ଷା ସମ୍ମାନ ମିଳିଛି । ଏନେଇ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ ଅବସରରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ନୀତିନ କୁମାର ମାନପତ୍ର ଓ ପାଞ୍ଚ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିବା ଜଣାଯାଇଛି । କୋଭିଡ ସମୟରେ ମାଙ୍କଡମାନଙ୍କୁ ଖାଦ୍ୟ ଦେବା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସଚେତନ କରିଥିବା ଗନ୍ଧମାର୍ଦ୍ଦନ ପାହାଡ଼ର ପାଦ ଦେଶରେ ଥାଇ ପରିବେଶ ସୁରକ୍ଷାରେ ସହାୟତା ଏବଂ ଗତବର୍ଷ ୧୪/୮ ତାରିଖରେ ଗୋଟିଏ ବିରଳ ଜାତିର ଏଣ୍ଡୁଅକୁ ଉଦ୍ଧାର କରି ଥିବାରୁ ତାଙ୍କୁ ଏହି ସମ୍ମାନ ମିଳିଛି । ଏହାକୁ ନେଇ ଜ୍ୟୋତି ରଞ୍ଜନଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ମିଳିଥିବା ବେଳେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ପ୍ରେରଣା ମିଳିଲା ବୋଲି ଜ୍ୟୋତି ରଞ୍ଜନ ପ୍ରକାଶ କରିଛନ୍ତି ।
Prev Post