ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ଓ ଶିଶୁ କଳାକାର ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ସେକ୍ଟର ୫ସ୍ଥିତ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟଠାରେ ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ଏବଂ ଶିଶୁ କଳାକାର ସମ୍ମାନ ୨୦୨୩ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ସମାଜସେବୀ କମଲ ଅଗ୍ରୱାଲ, ଅନିତା ଅଗ୍ରୱାଲ, ନରେଶ ଆର୍ୟ୍ୟ, କୁଞ୍ଜବିହାରୀ ରାଉତ, କୁମାର ବେହେରା ଓ ଗ୍ରେସୀ ଡେଭିଡ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଥିବା ଶିକ୍ଷାବିତ୍ ଅଜନ୍ତା ମିଶ୍ର, ଗୀତାରାଣୀ ମିଶ୍ର, ସବିତାରାଣୀ ବେହେରା, ପୁଲିନ୍ ରାଉତରାୟ, ରବର୍ଟ ହାଇଫିଲ, ଶରତ କୁମାର ବିଶ୍ବାଳ ଓ ଶିଶୁ କଳାକାର ଭାବେ ସ୍ବସ୍ତିକ ପଣ୍ଡା, ତମନ୍ନା ଭୌମିକ, ଜି ଏ ମହିମ, ସାଇ ମିଶ୍ର, ଶ୍ରେୟା ଚକ୍ରବର୍ତ୍ତୀ, ପ୍ରମେୟ ମହାନ୍ତି, ଦିବ୍ୟଦିଶା ବାରିକ, ସାଇନା ନନ୍ଦ, ତନୁଶ୍ରୀ ଅଗ୍ରୱାଲ, ଅମ୍ଳାନ ଅଂଶୁମାନ ପ୍ରଧାନ ଓ ଅନୁରାଗ ଗିରି ପ୍ରମୁଖଙ୍କୁ ସମ୍ମାନିତ କରିଥିଲେ । ଅତିଥିଗଣ ଓ ଗୁରୁମାନେ କାର୍ୟ୍ୟକ୍ରମକୁ ପ୍ରଶଂସା କରି କହିଲେ ଯେ ଗୋଟିଏ ମଂଚରେ ଗୁରୁ ଓ ଶିଶୁଙ୍କୁ ସମ୍ମାନିତ କରାଯିବା ଏକ ନିଆରା ଘଟଣା । କାର୍ୟ୍ୟକ୍ରମ ପରିଚାଳନା ମୂରଲୀ ପଟ୍ଟନାୟକ, ଦିବାକର ଓ କଲ୍ୟାଣୀ ଦାସ, ସତ୍ୟବାନ ସାହୁ, ଲିତାଞ୍ଜଳୀ ଓ ସଲିତ ପତି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.