om academy

ଓଡିଶା ପ୍ରତିଭା ସମ୍ମାନରେ ସାମ୍ବାଦିକଙ୍କୁ ସମ୍ମାନିତ

jsm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସହରର ଯୁବ ସାମ୍ବାଦିକ ଧିରେନ ପଟ୍ଟନାୟକ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଓଡିଶା ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସମସ୍ୟା ଓ କଳା ସଂସ୍କୃତିକୁ ନେଇ ଲୋକଲୋଚନକୁ ଆଣି ପାରିଛନ୍ତି । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି ।ପ୍ରତିକାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଓଡିଶା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ଫନି ମହାନ୍ତି, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଲେଖକ ଘନ ପରିଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଯତୀନ ଦାସ ଓ ସମ୍ମାନିତ ଅତିଥି ଭାବେ କବି ଓ ଔପନାସିକ ଡ଼ଃ. ପ୍ରଶାନ୍ତ ବିଶ୍ୱାଳ ଓ ପ୍ରତିକାର ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସୁଭାଶିଷ ମିଶ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.