ଗଙ୍ଗାଧର ଶିଶୁ ସାହିତ୍ୟ ସମ୍ମାନ ସମାରୋହ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶିଶୁ ହସିଲେ ଦେଶ ହସିବ । ଶିଶୁମାନଙ୍କ ବିକାଶରେ ଦେଶ ଓ ଜାତିର ବିକାଶ ନିର୍ଭର କରେ । ତେଣୁ ସମାଜର ସବୁ ଶ୍ରେଣୀର ବ୍ୟକ୍ତି ବିଶେଷ ଶିଶୁମାନଙ୍କ ବିକାଶ କଥା ଚିନ୍ତା କରିବା ଉଚିତ୍‌ ବୋଲି ଗଙ୍ଗାଧର ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସଂସଦର ପ୍ରଥମ ସ୍ଵନକ୍ଷତ୍ର ଦିବସ ଓ ଗଙ୍ଗାଧର ଶିଶୁ ସାହିତ୍ୟ ସମ୍ମାନ ସମାରୋହରେ ମତପ୍ରକାଶ ପାଇଛି । ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଆୟୋଜିତ ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ର ବିଧାୟକ ଦେବେଶ ଆଚାର୍ଯ୍ୟ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତେ ଯତ୍ନବାନ ହୋବାକୁ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଧ୍ୟାପକ ମୋହନ ସାହୁ ଗଙ୍ଗାଧର ମେହେରଙ୍କ ରଚିତ ଲେଖା ସବୁକୁ ଆତ୍ମସ୍ଥ କରି ଆଚରଣରେ ପ୍ରକାଶ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଶିଶୁ ସାହିତ୍ୟିକ ଅନୁଗୋଳର ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ ଚଳିତ ବର୍ଷ ଠାରୁ ପ୍ରଚଳିତ ପ୍ରଥମ ସ୍ଵନକ୍ଷତ୍ର ଦିବସ ଅବସରରେ “ଗଙ୍ଗାଧର ଶିଶୁ ସାହିତ୍ୟ ସମ୍ମାନ” ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ନାଟ୍ୟକାର ସନ୍ତୋଷ କୁମାର ପଣ୍ଡା, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ପ୍ରଧାନ, ଶିଶୁ ସାହିତ୍ୟିକ ଦୟାନିଧି ମହାପାତ୍ର, ସନ୍ତୋଷିନୀ ଦାଶ, ହୈମବତୀ ମିଶ୍ର, ନୁରାବତୀ ସାହୁ, କମଳିନୀ ଦେବୀ ପ୍ରମୁଖ ଯୋଗଦାନ କରିଥିଲେ । ସଂସଦର ଆବାହକ ଡକ୍ଟର ରବିନାରାୟଣ ସାହୁ ସ୍ୱାଗତ ଭାଷଣ, ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ପ୍ରାରମ୍ଭିକ ସୂଚନା, ସଭ୍ୟ ଆଲୋକ ରଂଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶେଷରେ ସଭ୍ୟା ସୁପ୍ରଭା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!