oom

ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ ପାଇବେ ଯୁବ ସାମ୍ବାଦିକ ହେମନ୍ତ ସାହୁ

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ (ଓଡ଼ିଶା ସାମ୍ବାଦିକ ୟୁନିଅନ ସହବନ୍ଧିତ) ତରଫରୁ ଘୋଷଣା କରାଯାଇଥିବା ପ୍ରଥମ ମହମ୍ମଦ ଅସଲମ୍‌ ସ୍ମୃତି ସମ୍ମାନ ପାଇବେ ଯୁବ ସାମ୍ବାଦିକ ହେମନ୍ତ ସାହୁ । ସ୍ୱର୍ଗତ ମହମ୍ମଦ ଅସଲମ୍‌ ଥିଲେ କଳାହାଣ୍ଡିରେ ସାମ୍ବାଦିକଙ୍କ ପାଇଁ ଜଣେ ଆଦର୍ଶ ତଥା ଅନନ୍ୟ ପ୍ରତିଭାର ଅଧିକାରୀ । ତେବେ ତାଙ୍କ ଅକାଳ ବିୟୋଗ ଓଡ଼ିଶା ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିଥିବା ବେଳେ ତାଙ୍କ ପ୍ରତିଭା ପ୍ରତି ସମ୍ମାନ ପୂର୍ବକ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ତରଫରୁ ତାଙ୍କ ନାମରେ ଏକ ସ୍ମୃତିି ସମ୍ମାନ ଗତବର୍ଷ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ଆଗାମୀ ନଭେମ୍ବର ୧୬ ତାରିଖରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ତରଫରୁ ଜିଲ୍ଲାର ମ.ରାମପୁର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଶ୍ରୀ ସାହୁଙ୍କୁ ଅତିଥି ମାନଙ୍କ ଦ୍ୱାରା ଏହି ମର୍ଯ୍ୟାଦାବନ୍ତ ମହମ୍ମଦ ଅସଲମ୍ ସ୍ମୃତି ସମ୍ମାନ ପ୍ରଦାନ କରାଯିବ । ଏହି ଜାତୀୟ ପ୍ରେସ୍ ଦିବସ ଅବସରରେ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବ ବୋଲି କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ସଭାପତି କମ୍ବୁପାଣି ମିଶ୍ର ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.