ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପୁଝାରୀପାଲି ନିବାସୀ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁଙ୍କୁ ଆଜି ବିଶ୍ଵ ପରିବେଶ ଦିବସ କାର୍ଯ୍ୟକ୍ରମ ଅବସରରେ ବରଗଡ଼ଠାରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ତରଫରୁ ୨୦୨୩ ମସିହାର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉତ୍ସବରେ ଶ୍ରୀ ସାହୁଙ୍କୁ ଏକ ପ୍ରମାଣ ପତ୍ର ସହ ଦଶ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି । ସଂପ୍ରତି ସେ କୁଧରେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱର ତୁଲାଉଛନ୍ତି । ବିଗତ ବହୁବର୍ଷ ଧରି ଏ ଅଞ୍ଚଳର ଶିକ୍ଷାନୁଷ୍ଠାନ ମାନଙ୍କରେ ତଥା ବ୍ୟକ୍ତିଗତ ପ୍ରଚେଷ୍ଟାରେ ପରିବେଶ ସୁରକ୍ଷା ଏବଂ ବନ ମହୋତ୍ସବ, ଚାରା ରୋପଣ, ବଣ୍ଟନ ଆଦି ଅନେକ ସଚେତନ ଧର୍ମୀ ଅଭିଯାନ ଚଳାଇଛନ୍ତି । ପ୍ରତି ବର୍ଷ ପରିବେଶ ସମ୍ବନ୍ଧୀୟ ପ୍ରତିଯୋଗିତା କରି ଛାତ୍ରଛାତ୍ରୀ ଏବଂ ଲୋକମାନଙ୍କୁ କିପରି ପୃଥିବୀ ସୁରକ୍ଷିତ ଓ ସ୍ୱଚ୍ଛ ରହିପାରିବ ଚେଷ୍ଟା କରୁଛନ୍ତି । ସେ ଜଣେ ପରିବେଶ ପ୍ରେମୀ ହେବା ସହିତ ଜଣେ ଅଭିନବ ଶିକ୍ଷକ ହିସାବରେ ରାଜ୍ୟ ତଥା ଜାତୀୟ ସ୍ତରରେ ବେଶ ପରିଚିତ । ବାସ୍ତବରେ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ ଭଲି ଜଣେ ଆଦର୍ଶ ଶିକ୍ଷକଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ ପ୍ରଦାନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇପାରିବ ।

Leave A Reply

Your email address will not be published.