oom

ସଂସ୍କୃତି ପୁରୁଷ ଅଚ୍ୟୁତାନନ୍ଦଙ୍କ ପରଲୋକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ କବି, ଲେଖକ, ସାହିତ୍ୟିକ, ମଞ୍ଚ ଅଭିନେତା, ନିର୍ଦ୍ଦେଶକ, ଜ୍ୟୋତିଷ ଓ ସଂସ୍କୃତି ପୁରୁଷ ଅଚ୍ୟୁତାନନ୍ଦ ଉଦ୍‌ଗାତାଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୭୪ବର୍ଷ ହୋଇଥିଲା । ସେ କୋଶଳ ବ୍ରହ୍ମା, ଜ୍ୟୋତିଷ ବିଶାରଦ୍‌ ତଥା ଅନେକ ଅନୁଷ୍ଠାନରୁ ଉପାଧି ଓ ସମ୍ମାନ ପାଇଥିଲେ । ସେ ଅବସରପ୍ରାପ୍ତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଉପଅଧିକ୍ଷକ ଥିଲେ । ତାଙ୍କର ଜ୍ୟୋତିଷ ଏବଂ ଅନ୍ୟାନ୍ୟ ସାହିତ୍ୟ ରଚନା ଗୁଡିକ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ । ସେ ଓଡିଶା ସାହିତ୍ୟ ଏକାଡେମୀର ବଲାଙ୍ଗିରର ପୂର୍ବତନ ଜିଲ୍ଲା ପ୍ରତିନିଧି । ବଲାଙ୍ଗିରର ବିଭିନ୍ନ ସାହିତ୍ୟିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡିତ ଥିଲେ । ତାଙ୍କର ମୃତ୍ୟୁରେ ବଲାଙ୍ଗିରରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ମୃତ୍ୟୁ ଖବର ପାଇଁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସାହିତ୍ୟିକ କପିଳ ପତି, ବ୍ରାହ୍ମଣ ମହାସଭାରେ ସଭାପତି ଧନଞ୍ଜୟ ମିଶ୍ର, ସଂପାଦକ ଜୟରାମ ମିଶ୍ର, ପର୍ଶୁରାମ ନାୟକ, ସାମାଜିକ କର୍ମୀ ଅରୁଣ ଖୁଆସ, ଶିଶୁ ବିକାଶ କେନ୍ଦ୍ରର ସଂପାଦକ ରତ୍ନମୟ ତ୍ରିପାଠି, ଅଙ୍କୁର ଶିଶୁ ସାହିତ୍ୟ ସଂଗଠନର ସଭାପତି କସ୍ତୁରୀ ରଥ, ସଂପାଦକ ଡା.ଅଶୋକ କୁମାର ସେଠି, ଆଦ୍ୟାଶକ୍ତି ନାରୀ ସଂଗଠନରୁ ନିହାରିକା ମିଶ୍ର, ପୂଜ୍ୟପୂଜା ସେବା ସଂଗଠନର ସଂପାଦକ ମଦନ ମୋହନ ରଥ, ସତ୍ୟବନ୍ତ ବେଦବାକ, ଚୁଡେନ୍ଦ୍ର କୁମାର ବେହେରା ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଗୃହକୁ ଯାଇ ଶେଷ ଦର୍ଶନ କରିଥିଲେ । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଆଶିଷ ରଂଜନ ଉଦ୍‌ଗାତା ଓ ପୁତ୍ରବଧୂ ଚିନ୍ମୟୀ ଉଦ୍‌ଗାତା, କନିଷ୍ଠ ପୁତ୍ରବଧୂ ସରିତା ଉଦ୍‌ଗାତା, କନ୍ୟା ତନୁଜା ପତି ଓ ଜାମାତା ଦେବାଶିଷ ପତି ଓ ନାତି ନାତୁଣି ଉପସ୍ଥିତ ଥିଲେ । ଜ୍ୟେଷ୍ଠ ପୁତ୍ର ଆଶିଷ ରଂଜନ ଉଦ୍‌ଗାତା ବିଭୁତିପଡା ଶ୍ମଶାନରେ ମୁଖାଗ୍ନି ଦେଇଥିଲେ ।

jittmm
Leave A Reply

Your email address will not be published.