ସଂକଳ୍ପ ପରିବାରର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ : ‘ପଶ୍ଚିମ ଓଡିଶା ଯୁବା ମଞ୍ଚ’ ଓ ‘ନିଷ୍ଠା ପରିବାର’ ବରଗଡ଼ ଉଭୟଙ୍କୁ ‘ସଂକଳ୍ପ ସେବା ସମ୍ମାନ’ରେ ସମ୍ମାନୀତ

ବରଗଡ଼, (ନିରୋଜ କୁମାର ପାଣୀ) : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନମାନଙ୍କ ସ୍ମୃତି ଉଦ୍ଧେଶ୍ୱରେ ତଥା ସଂକଳ୍ପ ପରିବାରର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ଆଜି ଜିଲ୍ଲା ମୁଖ୍ୟ ଚିକତ୍ସାଲୟ, ଟୁକୁର୍ଲ୍ଲା ବରଗଡ଼ ଠାରେ ସଂକଲ୍ପ ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ତାକୁ ଏକ ନିଆରା ଭାବରେ ପାଳନ କରାଯାଇଛି ।

ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପଧାନ ଓ ସମ୍ମାନିତ ଅତିଥି ଭାବରେ ସି.ଆର.ପି.ଏଫ ଡିଏସପି ଭଗବାନ ସାହୁ ତଥା ବରଗଡ଼ ପୋଲିସ ଏସଡିପିଓ ଦୀପକ କୁମାର ଗୋଛାୟତ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିବା ବେଳେ ସହୀଦଙ୍କ ସ୍ମୃତିରେ କରାଯାଇଥିବା ସାଧାରଣ ସଭାରେ ଯୋଗଦାନ କରି ସଭାର ଗୌରବ ବଢାଇଥିଲେ । ଠିକ ସେହିପରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଲୟ ତରଫରୁ ସମ୍ମାନିତ ଅତିଥି ଭାବରେ ଡାକ୍ତର ଚୁଡାମଣି ମେହେର ଓ ମୁଖ୍ୟ ବକ୍ତା ଭାବରେ ଅରବିନ୍ଦ ଗୁପ୍ତା ଯୋଗଦାନ କରିଥିଲେ ।

ଆଜିର ରକ୍ତଦାନ ଶିବିରରେ ସ୍ବେଚ୍ଛାକୃତ ଭାବରେ ମୋଟ ୮୫ଜଣ ରକ୍ତଦାତା ରକ୍ତଦାନ କରିଥିଲେ ଏବଂ ସମାଜସେବା କ୍ଷେତ୍ରରେ ଉଲେଖିନିୟ ଅବଦାନ ଦେଇ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଦୁଇଟି ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ପଶ୍ଚିମ ଓଡିଶା ଯୁବା ମଞ୍ଚ’ ଓ ‘ନିଷ୍ଠା ପରିବାର’ ବରଗଡ଼ ଉଭୟଙ୍କୁ ‘ସଂକଳ୍ପ ସେବା ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା ।

ବରଗଡ଼ ବୀର ମାଟି ଖଣ୍ଡହତା ଗ୍ରାମର ବୀର ଯବାନ ରଞ୍ଜନ ଦାଶ ଯିଏକି ଅତି କମ ବୟସରେ ଦେଶ ସେବା କରିବାକୁ ଯାଇ ଦନ୍ତୱାଡା ନକ୍ସସଲ ଆକ୍ରମଣରେ ସହୀଦ ହୋଇଥିଲେ ତାଙ୍କ ବଡଭାଇ ଉତ୍ତମ ଦାଶଙ୍କୁ ପ୍ରାଉଡ଼ ଅଫ ନେସନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଠିକ ସେହିପରି ଜିଲ୍ଲାର ଅନ୍ୟ ୬ଗୋଟି ଅନୁଷ୍ଠାନ ଆହ୍ୱାନ ଯୁବକ ସଂଘ, ତିରଙ୍ଗା କ୍ଲବ, ଗିଫ୍ଟ ଅଫ ଲାଇଫ, ବନଛୋରଡ଼ିହି ଯୁବକ ସଂଘ, ଆଜାଦ ହିନ୍ଦ କ୍ଲବ ଓ ଲିଓ କ୍ଲବ, ବରଗଡ଼ଙ୍କୁ ପୁଷ୍ପ ଗୁଚ୍ଛ ସମେତ ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସଂକଳ୍ପ ପରିବାରର ତରଫରୁ ଆଜିର ସଭା ପରିଚାଳନା କରିଥିଲେ ଚିଣ୍ଟୁ ଗରତିଆ । ବିବରଣୀ ରଖିଥିଲେ ସଂକଲ୍ପ ପରିବାରର ସମ୍ପାଦକ ନିଧାନ ଦନ୍ତା ।

ସବା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିକାଶ ଅଗ୍ରୱାଲ । ଆଜି ସଭାରେ ଅତିଥି ଗହଣରେ ବରିଷ୍ଠ ଆଇନଜୀବୀ ଲିପିସିତ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ମାନରଞ୍ଜନ ସାହୁ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରିଥିବା ବେଳେ ସଂକଳ୍ପ ପରିବାର ଉପସଭାପତି ଜି.ରମେଶ ସମେତ ସମସ୍ତ ସ୍ବେଛାସେବୀ ସହଯୋଗ କରିଥିଲେ ।

Leave A Reply

Your email address will not be published.