oom

ତୃତୀୟ ଆନନ୍ଦ ଆଚାର୍ଯ୍ୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସମ୍ବର୍ଦ୍ଧିତ ହେଲା ସଂକଲ୍ପ ପରିବାର

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ତରଫରୁ ମିନି ଷ୍ଟାଡିୟମ ବରଗଡ଼ ଠାରେ ଚାଲିଥିବା ତୃତୀୟ ଆନନ୍ଦ ଆଚାର୍ଯ୍ୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସାମାଜିକ ଅନୁଷ୍ଠାନ “ସଂକଲ୍ପ ପରିବାର” ବରଗଡ଼କୁ ସାମାଜିକ କାର୍ଯ୍ୟରେ ନିରବଛିନ୍ନ ସେବା ପାଇଁ ଆୟୋଜକ କମିଟି ତରଫରୁ ମାନପତ୍ର, ଉତ୍ତରୀୟ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବରଗଡ଼ ଜିଲ୍ଲାର ସୁନାମଧନ୍ୟ ଫୁଟବଲ ଟିମ ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ ଖେଳ ଓ ଖେଳାଳିଙ୍କୁ ନେଇ ସାରା ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏପରି ଏକ ଭିନ୍ନ ମଞ୍ଚରେ ସାମାଜିକ ଅନୁଷ୍ଠାନ “ସଂକଲ୍ପ ପରିବାର”କୁ ସମ୍ମାନିତ କରି ସ୍ୱେଛାସେବୀ ମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିବାରୁ “ସଂକଲ୍ପ ପରିବାର” ବହୁତ ବହୁତ ଧନ୍ୟବାଦ ଜଣାଇଛି ।

jittmm
Leave A Reply

Your email address will not be published.