ସଂକଳ୍ପ ପରିବାର ଓ ପୋଢ଼ମୁଣ୍ଡା ଗ୍ରାମବାସୀଙ୍କ ଉଦ୍ୟମରେ ବୃକ୍ଷରୋପଣ ମହୋତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପୋଢ଼ମୁଣ୍ଡା ଗ୍ରାମରେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର, ବରଗଡ ଓ ପୋଢ଼ମୁଣ୍ଡା ଗ୍ରାମବାସୀଙ୍କର ମିଳିତ ଉଦ୍ୟମରେ ଗ୍ରାମ ପରିସରରେ ରହିଥିବା ଖାଲି ସ୍ଥାନରେ ସାମାଜିକ ବନୀକରଣ ତଥା ୭୫ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ ଓ ସଂକଳ୍ପ ପରିବାର ସଭାପତି ବିକାଶ ଅଗ୍ରୱାଲ ମିଳିତ ଭାବେ ବୃକ୍ଷରୋପଣ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସଂକଳ୍ପ ପରିବାରର ସମ୍ପାଦକ ଜି. ରମେଶଙ୍କ ସଂଯୋଜନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ଶୁକ୍ରବାର ଦିନ ସଫଳତାର ସହିତ ସମାପନ ହୋଇଛି । ଏହି ବୃକ୍ଷରୋପଣ ମହୋତ୍ସବରେ ଆୟୋଜକ ମାନେ ଗ୍ରାମ ପରିସରରେ ରହିଥିବା ବିଭିନ୍ନ ଖାଲି ସ୍ଥାନ, ପୋଖରୀ ହିଡ୍‌ ଏପରି ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରି ଗ୍ରାମ ପରିସରରେ ଏକ ସୁନ୍ଦର ଓ ମନୋରମ ପରିବେଶ ସୃଷ୍ଟି ହେବା ସହ ମଣିଷ ଜୀବନର ପରିକଳ୍ପନା କରିବାକୁ ହେଲେ ବୃକ୍ଷର ସଂରକ୍ଷଣ ଆମର କର୍ତ୍ତବ୍ୟ ହୋଇଥିବାରୁ ଗଛ ଲଗାଇ ତାହାର ଉଚିତ୍‌ ଯତ୍ନ ନେଇ ଏହି ସ୍ଥାନକୁ ଏକ ସୁନ୍ଦର ସବୁଜ ସ୍ଥାନ ଭାବରେ ପରିଗଣିତ କରିବାକୁ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ସହଯୋଗୀ ମାନଙ୍କ ମଧ୍ୟରେ ପୋଢ଼ମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷକ, ଶିକ୍ଷୟିତ୍ରୀ, ପୋଢ଼ମୁଣ୍ଡା ଗ୍ରାମର ଭଦ୍ରବ୍ୟକ୍ତି, ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପୁଷ୍ପାଞ୍ଜଳି ଭୁଏ, କିଶୋରୀ ଭୁଏ, ଅନିମା ଭୁଏ, ଲିପି ଭୁଏ, କିଶର ଭୁଏ, ଶିଶିର ବିଶ୍ୱାଳ, ଜୟଦେବ ସାହୁ, ତଥା ସଂକଳ୍ପ ପରିବାର ଦେବେନ୍ଦ୍ର ଭୁଏ, ସୁରେନ୍ଦ୍ର ଭୁଏ, ନିଲେସ ପଧାନ, ଆଲୋକ ସାହୁ, ରାଜୀବ ସାହୁ, ଶେଷଦେବ ପଧାନ, ପିଙ୍କୁ ପଣ୍ଡା ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.