oom

ଅଜଣା ଶବ ସତ୍କାର କଲା ସଂକଳ୍ପ ପରିବାର

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଆଜି ପିପଳମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାରରେ ଏକ ଅଜଣା ଶବ ସତ୍କାର କରାଯାଇଛି । ସୂଚନା କ୍ରମେ ଗତ ମଙ୍ଗଳବାର ଦିନ ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ପଧାନ ମାଲ ଗାଁରେ ରହିଥିବା ବଡ଼କଟା ପୋଖରୀରେ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ପଡିରହିଥିଲା ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ବିଜେପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତ ଶବର ପଞ୍ଚନାମା କରିଥିଲେ । ମୃତ ବ୍ୟକ୍ତି ଜଣକ ୪୦ରୁ ୪୫ବର୍ଷୀୟ ଜଣେ ପୁରୁଷ ହୋଇଥିବା ଅନୁମାନ କରାଯାଇଥିଲା ହେଲେ ତାଙ୍କର କୌଣସି ପରିଚୟ ମିଳିପାରି ନଥିବାରୁ ତାଙ୍କ ପରିଚୟ ପାଇଲେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ସକାଶେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ଶବ ସଂରକ୍ଷଣ ଗୃହରେ ରଖାଯାଥିଲା ମାତ୍ର ଆଜି ଶୁକ୍ରବାର ଦିନ ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ପରିଚୟ ମିଳିପାରିନଥିବାରୁ ବିଜେପୁର ଥାନା ଅଧିକାରୀଙ୍କ ଲିଖିତ ଅନୁରୋଧ କ୍ରମେ ଆଜି ସଂକଳ୍ପ ପରିବାରର ସଦସ୍ୟମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ମୃତ ଶରୀରକୁ ମହାପ୍ରୟାଣ ଗାଡି ସାହାଯ୍ୟରେ ସ୍ଥାନୀୟ ପିପଳମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାରକୁ ନେଇ ସମ୍ମାନର ସହିତ ଶବ ସତ୍କାର କରିଥିଲେ । ଏଥିରେ ସଂକଳ୍ପ ପରିବାରର ସମ୍ପାଦକ ଜି. ରମେଶ, ନିଲେଶ ପଧାନ, ଚିନ୍ମୟ ପାଣ୍ଡେ, ଅନନ୍ତ ଚରଣ ସାହୁ, ସନତ କର୍ମୀ ଓ ବିକାଶ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରି ଶବ ସତ୍କାର କରିଥିଲେ । ପ୍ରକାଶ ଥାଉକି ଯେ ସଂକଳ୍ପ ପରିବାର ମୁଖ୍ୟତଃ ବରଗଡ଼ ଅଞ୍ଚଳରେ ଅନବରତ ଭାବରେ ଅନେକ ସାମାଜିକ କାର୍ଯ୍ୟରେ ଜଡିତ ରହି ଆସୁଥିବା ସହିତ ଆଜି ଏକ ଅଚିହ୍ନା ବ୍ୟକ୍ତିଙ୍କ ଶବ ସତ୍କାର କରି ମାନବିକତାର ପରିଚୟ ସୃଷ୍ଟି କରିଛି ।

jittmm
Leave A Reply

Your email address will not be published.