oum

ସୁର ତରଙ୍ଗର ବର୍ଷା ସଂଗୀତ ଆସର

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସାମାଜିକ ଅନୁଷ୍ଠାନ ସେୟାରର ଶାଖା ସଂସ୍ଥା ସୁର ତରଙ୍ଗ ପକ୍ଷରୁ ବର୍ଷା ଉପଲକ୍ଷେ ମାସିକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲାର ଜଣାଶୁଣା ଗାୟକ, ସଂଗୀତ ଗୁରୁ ଓ ସୁର ତରଙ୍ଗର ମେଣ୍ଟର ବିନୟ ମହାନ୍ତି ଶେୟାର ତରପୁରୁ ଦିଆଯାଇଥିବା ମଇକ୍ରୋଫୋନ ଷ୍ଟାଣ୍ଡକୁ ସୁର ତରଙ୍ଗକୁ ପ୍ରଦାନ କରିଥିଲେ । ଶେୟାରର ପରାମର୍ଶଦାତା ଡ଼କ୍ଟର ସତ୍ୟନାରାୟଣ ମିଶ୍ର ଓ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ ମହାନ୍ତି ଏଥିରେ ସହଯୋଗ କରିଥିଲେ । ନୂତନ ସଭ୍ୟା ଚିନ୍ମୟୀ ସାହୁ ମା’ଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ୱଳନ କରାଯାଇ ଜିଲ୍ଲା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପରେ ଶ୍ରାବଣୀ ମହାନ୍ତି ଓ ଉତ୍ତମ ଖଟୁଆଙ୍କ ଭଜନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା ଶ୍ରାବଣୀ ମହାନ୍ତି, ଦିଲ୍ଲୀପ ପରିଡା, ଚିନ୍ମୟୀ ସାହୁ, ଶାଶ୍ୱତୀ ମିଶ୍ର, ଯୋଗେନ୍ଦ୍ର ସିହ୍ନା, ଧୀରେନ୍ଦ୍ର ମିଶ୍ର, ମନୋଜ ମହନ୍ତ, ଉତ୍ତମ ଖଟୁଆ, ବସନ୍ତ ସ୍ୱାଇଁ, ନିବେଦିତା ସ୍ୱାଇଁ, ବଲଜିତ ସିଂହ, ଡ଼ା ଜୟନ୍ତ ଆଚାର୍ଯ୍ୟ, ଡ଼ା. ସତ୍ୟନାରାୟଣ ମିଶ୍ର ମନଛୁଆଁ ଗୀତ ସହିତ ସାକ୍ସଫୋନ ଓ ବଇଁଶୀର ଧୁନ୍‌ରେ ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଅନିଷ୍ଠାନ ପ୍ରତିଷ୍ଠାତା ଦିଲ୍ଲୀପ ପରିଡା ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ମହାନ୍ତି ଓ ଲୋକ ସଂପର୍କ ଅଧିକାରୀ ମନୋଜ ନାୟକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.