centurian jitm

ସୁର ତରଙ୍ଗର ମାସିକ ଓଡ଼ିଆ ଓ ହିନ୍ଦୀ ସଂଗୀତ କାର୍ଯ୍ୟକ୍ରମ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ଅଗ୍ରଣୀ କ୍ରୀଡା, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସେୟାର’ର ସଙ୍ଗୀତ ଶାଖା ‘ସୁର ତରଙ୍ଗ’ ଆନୁକୂଲ୍ୟରେ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ମାସିକ ସଙ୍ଗୀତ କାର୍ଯ୍ୟକ୍ରମରେ ଓଡ଼ିଆ ଓ ହିନ୍ଦୀ ସଂଗୀତ ପରିବେଷଣ କରାଯାଇଥିଲା । ସୁର ତରଙ୍ଗର ନୂତନ ସଭ୍ୟ ଅନିରୁଦ୍ଧ ସାହୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମିନାକ୍ଷୀ ମହାରଣା ଓ ଲିନା ସେନାପତି କଣ୍ଠରୁ ମାଆଙ୍କ ବନ୍ଦନା ‘ସିଂହ ବାହିନୀ’ ଭଜନ ପରିବେଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ ହିନ୍ଦୀ ସିନେମା ଜଗତର ପ୍ରତିଷ୍ଠିତ ସିନେ ତାରକା ସ୍ୱର୍ଗତ ମନୋଜ କୁମାରଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପରେ ପରେ ମିନାକ୍ଷୀ ମହାରଣା ଜଗନ୍ନାଥଙ୍କ ଭଜନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବହୁ ଚିରସବୁଜ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତର ପରିବେଷଣ ଶ୍ରୋତାଙ୍କ ମନକୁ ବେଶ ଛୁଇଁଥିଲା ଏବଂ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧିରଖିଥିଲା । କାର୍ଯ୍ୟକ୍ରମରେ ଇତି ପଟ୍ଟନାୟକ, ଅନିରୁଦ୍ଧ ସାହୁ, ବସନ୍ତ ସ୍ୱାଇଁ, ଜଗନ୍ନାଥ ସାହୁ, ଦିଲ୍ଲୀପ ପରିଡା, ମୀନାକ୍ଷୀ ମହାରଣା, ଡକ୍ଟର ସତ୍ୟନାରାୟଣ ମିଶ୍ର, ମନୋଜ ମହାନ୍ତ, ଲିନା ସେନାପତି, ରୀନା ପଟ୍ଟନାୟକ, ବନୋଜ ଦାସ , ମନୋଜ୍ ସାହା, ନିବେଦିତା ବେହେରା, ଶୁଭସ୍ମିତା ଦାସ ଅନେକ ଶୃତିମଧୁର ଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁର ତରଙ୍ଗ ଅନୁଷ୍ଠାନର ପ୍ରତିଷ୍ଠାତା ଦିଲୀପ ପରିଡା ଡକ୍ଟର ସତ୍ୟନାରାୟଣ ମିଶ୍ର ଓ ଜଗନ୍ନାଥ ସାହୁ ନୂତନ ସଦସ୍ୟ ଅନିରୁଦ୍ଧ ସାହୁ, ନିବେଦିତା ବେହେରା, ଶୁଭସ୍ମିତକ୍ଷ ଦାସକୁ ସ୍ୱାଗତ ଜଣାଇଥିଲେ । ରାଉରକେଲାର ଜଣାଶୁଣା ଉଦ୍‌ଘୋଷକ ଅନିଲ ମଲ୍ଲିକ ତାଙ୍କର ଚିରାଚରିତ ସୁମଧୁର ମଞ୍ଚ ସଞ୍ଚାଳନ କରି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲେ । ତାଙ୍କୁ ଏଥିରେ ଡକ୍ଟର ସତ୍ୟନାରାୟଣ ମିଶ୍ର ମଞ୍ଚ ସଞ୍ଚାଳନାରେ ସହଯୋଗ କରିଥଲେ । ଅନୁଷ୍ଠାନର ସଂସ୍ଥାପକ ଶ୍ରୀପରିଡା ସମସ୍ତ କର୍ମକର୍ତାଙ୍କୁ ସ୍ୱାଗତ ଜଣାଇବା ସହିତ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.