ଦେଓଘାଟିରେ ଗୋଷ୍ଠୀ ସଙ୍ଘର୍ଷ ଘଟି ୫ ଗୁରୁତର

କୋରାପୁଟ : କୋରାପୁଟ ସଦର ଥାନା ଅଧିନ ଦେଓଘାଟିରେ ଗୋଷ୍ଠୀ ସଙ୍ଘର୍ଷ ଘଟି ୫ ଜଣ ଗୁରୁତରଥିବା ଖବର ମିଳିଛି । ସୂଚାଯୋଗ୍ୟ ଯେ, ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ରବିବାର ବିଳମ୍ବିତ ରାତିରେ ସଙ୍ଘର୍ଷ ହୋଇଛି । ଏଥିରେ ପ୍ରାୟ ୫ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରିଛି । ଆଗକୁ ଏପରି ଅଘଟଣକୁ ଏଡ଼ାଇବା ପାଇଁ ଘଟଣାସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଏହି ସମ୍ପ୍ରଦାୟର ଏକ ନିର୍ବାଚନକୁ ନେଇ ଗୋଷ୍ଠୀ ସଙ୍ଘର୍ଷ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.