ବରଗଡ, (ନିରୋଜ କୁମାର ପାଣି) : ସେହେଲା ବ୍ଲକ ପଣ୍ଡକିପାଲି ଗାଁରେ ନିର୍ବାଚନୀ ହିଂସା ଯୋଗୁଁ ୨ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବରଗଡ଼ ସେହେଲା ବ୍ଲକ ପଣ୍ଡକିପାଲି ଗାଁରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ଇଛି । ସେମାନଙ୍କୁ ସୋହେଲା ଓ ପରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଘଟଣାସ୍ଥଳରେ ପଦ୍ମପୁର ଏସଡିପିଓ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।