centurian jitm

ବୁଥ୍‌ ସାମ୍ନାରେ ଗୋଷ୍ଠୀ ସଂଘର୍ଷ ଓ ଉତ୍ତେଜନା

nschool

ସିନ୍ଧେକେଲା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ଗତକାଲି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଥିବା ସମୟରେ ଅର୍ଶତଲା ପଞ୍ଚାୟତରେ ଗୋଷ୍ଠୀ ସଂଘର୍ଷ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଅର୍ଶତଲା ପଞ୍ଚାୟତରେ ମତଦାନ ଚାଲିଥିବା ବେଳେ କୌଣସି କାରଣରୁ ଅର୍ଶାତୁଲା ଏବଂ କୁର୍ଡିଆମୁଣ୍ଡା ଗାଁ ମଧ୍ୟରେ ଗୋଷ୍ଠୀ ସଂର୍ଘଷ ଘଟିଥିବା ନେଇ ବୁଥ୍‌ରେ ଉତ୍ତେଜନା ଦେଖାଦେଇଥିବା ଜଣାପଡ଼ିଛି । ସେଠାରେ ଭୋଟ ଦେଉଥିବା ଭୋଟର୍‌ ଖବର ପାଇ କୁର୍ଡିଆମୁଣ୍ଡାଙ୍କୁ ଯାଇ ସଂଘର୍ଷ ପରେ ଫେରି ନିଜ ବୁଥ୍‌ରେ ଭୋଟ ଦେବାକୁ ଆସିଥିଲେ । ତେବେ ଭୋଟ ଗ୍ରହଣ ସମୟ ସରିଯାଇଥିବାରୁ ଆଉ ମତଦାନ ହୋଇପାରିବ ନାହିଁ ବୋଲି ପ୍ରିଜାଇଡ଼ିଂ ଅଫିସରଙ୍କ ଠାରୁ ଜାଣିବା ପରେ ଉତ୍ୟକ୍ତ ହୋଇଥିଲେ । ଏନେଇ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ ଓ ଟିଟିଲାଗଡ଼ ଉପଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନ ଆସି ବୁଝାସୁଝା କରି ଘଟଣାର ତର୍ଜମା କରିବାପରେ ପୋଲିସ ପ୍ରଶାସନ ଭୋଟ ବାକ୍ସ ପଠେଇ ଅର୍ଶାତୁଲାରେ ଫ୍ଲାଗମାର୍ଚ୍ଚ କରିଥିଲା ।

Leave A Reply

Your email address will not be published.