କଣ୍ଟାବାଞ୍ଜି, (କେପିଏନ୍ଏସ୍) : କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ମୋବାଇଲ ଚୋରି ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ କାବୁ କରି ଜିଆର୍ପିକୁ ଜିମା ଦେଲେ କଣ୍ଟାବାଞ୍ଜି ରେଲୱେ ଅଟୋ ସଂଘ । ଦିନକୁ ଦିନ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଚୋରି ବଢ଼ି ଚାଲିଥିବା ବେଳେ ଚୋରମାନଙ୍କୁ କାବୁ କରିବାରେ ଅସମର୍ଥ ଜିଆରର୍ପି ପୋଲିସ । ଡୁଆଝର ଏବଂ ଖରିଆର ଅଞ୍ଚଳର ଦୁଇ ଯାତ୍ରୀଙ୍କଠାରୁ ମୋବାଇଲ ଏବଂ ବ୍ୟାଗ ଲୁଟ୍ କରି ଫେରାର ମାରୁଥିବା ବେଳେ ଅଟୋ ଚାଳକ ସଂଘ କାବୁ କରିଥିଲେ । ରାତି ୨ଟା ସମୟରେ ଚୋରମାନଙ୍କୁ କାବୁ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ଚୋରି ଅଭିଯୋଗରେ କଣ୍ଟାବାଞ୍ଜି ଆଶ୍ରମପଡ଼ାର ରାଧେ ସୁନା, ହିମାନ ସୁନା ଏବଂ ରାୟପୁର ଅଞ୍ଚଳର ଶେଖ ଗୁଲାମ୍ ମୁସ୍ତଫାଙ୍କୁ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଜିଆର୍ପି ଥାନାରେ ଅଟକ ରଖାଯାଇଛି । ଗତ ଜୁଲାଇ ୫ ତାରିଖ ରାତି ପ୍ରାୟ ୩.୩୦ ସମୟରେ ବରଗଡ଼ ଯାଉଥିବା ଏକ ଯାତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ କରିଥିବ ଏହି ତିନି ଜଣଙ୍କୁ କାବୁ କରି ନଗଦ ୧୦ ହଜାର ଟଙ୍କା ଏବଂ ଫୋନ୍ ପେ ମାଧ୍ୟମରେ ୧ ହଜାର ୯ ଶହ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି ।

Next Post