
- ଓଡ଼ିଶା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ରାଉରକେଲା ଗ୍ରସ୍ତ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କର ମାନ୍ୟବର ରାଜ୍ୟ କ୍ରୀଡା ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମହୋଦୟ ଆଜି ରାଉରକେଲା ଗ୍ରସ୍ତରେ ଆସି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ପାନପୋଷ ଗାନ୍ଧୀ ଛକରେ ପହଞ୍ଚିବା ମାତ୍ରେ ଶତାଧିକ କର୍ମକର୍ତ୍ତା ଓ କର୍ମୀ ତାଙ୍କୁ ସ୍ୱାଗତ ଜଣାଇବା ସହିତ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାପରେ ମନ୍ତ୍ରୀ ମହୋଦୟଙ୍କୁ ଏକ ବିରାଟ ବାଇକ୍ ଶୋଭଯାତ୍ରାରେ ରାଉରକେଲାର ବିଶ୍ରା ଛକ ନିକଟସ୍ଥ ବିଶ୍ରମୁଣ୍ଡା ଷ୍ଟାଡିୟମକୁ ନିଆଯାଇଥିଲା । ସେଠାରେ ଅନୁଷ୍ଟିତ ଟ-୧୫ ସି ଏମ ୨୦୨୫ ଫୁଟ ବଲ ଖେଳର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳର ଶୁଭାରମ୍ଭ କରିଥିଲେ । ସେ ଖେଳାଳି ମାନଙ୍କୁ ଭେଟି ସେମାନଙ୍କ ଉତ୍ସାହିତ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଏହି ମ୍ୟାଚ୍ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ସହିତ ଗ୍ରାମାଞ୍ଚଳ ତଳସ୍ତର ପର୍ଯ୍ୟନ୍ତ ପହଞ୍ଚି ପ୍ରକୁତ ଟାଲେଣ୍ଟ ଖେଳାଳିମାନଙ୍କୁ ଆକର୍ଷଣ କରି ପାରିଛି ଏବଂ ଏହାଏକ ଆରମ୍ଭ ମାତ୍ର । ମାନବର ଝାରସୁଗୁଡ଼ା ବିଧାୟକ ତଥା ଫୁଟ ବଲ ଆସୋସିଏସନର ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଏହା ଏକ ମ୍ୟାଚ କେବଳ ନୁହେଁ ଏହିଁ ସମାରୋହ ଏକ ସ୍ୱପ୍ନ, ଶୃଂଖଳା ଓ ଆଶୀର୍ବାଦ ନିର୍ଧାରଣ କରିପାରିଛି । ବରଗଡ଼ ଫାଇନାଲ ମ୍ୟାଚରେ ବିଜୟୀ ହେବା ଆମ ଓଡ଼ିଶାର ଗ୍ରାମାଞ୍ଚରେ ପହଞ୍ଚି ପାରିଛି ଏହା ପ୍ରମାଣ କରି ପାରିଛି ଯେ ଭବିଷ୍ୟତରେ ଆଗକୁ ଓଡ଼ିଶା ଫୁଟବଲ ଖେଳାଳି ଦେଶକୁ ଉପସ୍ଥାପନା କରିପାରିବ । ବିଜୟୀ ଖେଳାଳିଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହାପରେ ମନ୍ତ୍ରୀ ମହୋଦୟ ସେକ୍ଟର ୩ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଜେପି କର୍ମୀଙ୍କୁ ଭେଟ ଘାଟକରିବା ପାଇଁ ପହଞ୍ଚି ଥିଲେ । କାର୍ଯ୍ୟାଳୟରେ ପହଞ୍ଚିବା ମାତ୍ରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜିଲ୍ଲା, ମଣ୍ଡଳ ଓ ବିଭିନ୍ନ ମୋର୍ଚ୍ଚା ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ କରାଯାଇଥିଲା । ସେ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ବିବିଧ ସମସ୍ୟା ଶୁଣିଥିଲେ । ଏହା ଉପରେ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଠାରୁ ମନ୍ତ୍ରୀ ମହୋଦୟ ରାଉରକେଲା ହାଉସ ଯାଇ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କୁ ଭେଟିଥିଲେ ଏବଂ ସେଠାରୁ ସେ ରାଉରକେଲା ଏୟାର ପୋର୍ଟ ଅଭିଉଖେ ଯାତ୍ରା କରିଥିଲେ । ସେଠାରେ ଉପସ୍ଥିତ ନେତୃ ମଣ୍ଡଳୀ ଓ କର୍ମୀମାନେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା , ରଘୁନାଥ ପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ପ୍ରାକ୍ତନ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ରମେଶ ଅଗ୍ରୱାଲ, ଜସୱନ୍ତ ନାୟମ ଏବଂ ରାଜ୍ୟ, ଜିଲ୍ଲା, ମଣ୍ଡଳ ସ୍ତରୀୟ ବହୁ କାର୍ଯ୍ୟକର୍ତ୍ତା, କର୍ମୀ ଆଦି ଉପସ୍ଥିତ ଥିଲେ । ଜିଲ୍ଲା ଓ ଜନତାଙ୍କ ତରଫରୁ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ରାଉରକେଲା ଗ୍ରସ୍ଥ କରିଥିବାରୁ ମନ୍ତ୍ରୀ ମୋହଦୟଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି । ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।