oom

ପଞ୍ଚାୟତ ନିର୍ବାଚନ ପାଇଁ କଣ୍ଟାମାଲ ବିଜେପିର ସାଙ୍ଗଠାନିକ ବୈଠକ

jsmm

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବାଉଁଶୁଣି ତୁଳସୀ କଲ୍ୟାଣ ମଣ୍ଡପଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ଏକ ସାଙ୍ଗଠାନିକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦଳ କିପରି ନିର୍ବାଚନରେ ବିଜୟୀ ହେବ ସେ ନେଇ ରଣକୌଶଳ ନିର୍ଧାରଣ କରାଯାଇଥିଲା । ଏଥିରେ  ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, କଣ୍ଟାମାଳ ନିର୍ବାଚନ ମଣ୍ଡଳୀର  ନିର୍ବାଚନ ପ୍ରଭାରୀ ଭଗବାନ ମହାନ୍ତି, କନ୍ଧମାଳ ଜିଲ୍ଲା ବିଜେପି ଉପସଭାପତି ରମେଶ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ପାତ୍ର, ଶ୍ୟାମସୁନ୍ଦର ପୁରୋହିତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଇଂ ରାକେଶ ତ୍ରିପାଠୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଡମ୍ବରୁଧର କହଁର, ମଣ୍ଡଳ ସଭାପତି ଯୀଶୁ ପଧାନ, ପିନାକଧର ରଣା, ଅନୀଲ ପ୍ରଧାନ, ନିରଞ୍ଜନ କର୍ଣ୍ଣ, ପଞ୍ଚମନ ଜଗଦଲା, ତ୍ରିବିକ୍ରମ ମହାକୁଳ, ଶିବ ଚାଉଳିଆ, ପୂର୍ଣ୍ଣ ପଣ୍ଡା, ହିମାଂଶୁ ବସ୍ତିଆ, ବସନ୍ତ ଖୁରା ସମେତ ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ଏଥିରେ ଯୋଗଦେଇ ଥିଲେ । ଏ ଅବସରରେ କଣ୍ଟାମାଳ ବ୍ଲକର ପୂର୍ବତନ ବିଜେଡ଼ି ସଭାପତି ଶରତ ପୁଟେଲ, ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପି ଦଳରେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.