ଗୋରୁ ବଜାରକୁ ନିଷିଦ୍ଧ କରିବା ପାଇଁ ଅଣ୍ଟା ଭିଡ଼ିଲେ ବିଭିନ୍ନ ସଙ୍ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନିକଟସ୍ଥ ବରତୁଣ୍ଡା ଗୋରୁ ବଜାରକୁ ନିଷିଦ୍ଧ କରିବା ପାଇଁ ଅଣ୍ଟା ଭିଡ଼ିଲେ ଅନେକ ଧାର୍ମିକ ଓ ସାମାଜିକ ଯୁବ ସଂଗଠନ । ବଜରଙ୍ଗ ଦଳ ପଦ୍ମପୁର, ହେପି ପାଇକମାଲ, ଖାଟୁ ଶ୍ୟାମ ପରିବାର, ବଣିକ ସଂଘ ପାଇକମାଲ, ମାରୱାଡି ଯୁବାମଞ୍ଚ ପାଇକମାଲଙ୍କ ମିଳିତ ପ୍ରୟାସରେ ବରତୁଣ୍ଡା ଗୋରୁ ବଜାରକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାଇକମାଲ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଦ୍ଵିତୀୟ ଥର ପାଇଁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । କୃଷି ତଥା କୃଷକଙ୍କ ସୁବିଧା ଦୃଷ୍ଟିରୁ ବରତୁଣ୍ଡାରେ ଗୋରୁ ବଜାର ଆରମ୍ଭ ହୋଇଥିଲା । କିନ୍ତୁ ଏବେ ଏହି ଗୋରୁ ବଜାରକୁ ଚାଷୀ ନଆସି ଗୋରୁ ବେପାରୀଙ୍କ ଭିଡ ଦେଖିବାକୁ ମିଳୁଛି । ପ୍ରତିଦିନ ଶହ ଶହ ଗୋରୁଙ୍କୁ ଗୋ ମାଫିଆ ମାନେ ପିକ୍‌ଅପ୍‌, କଣ୍ଟେନର ଯୋଗେ କେରଳ, ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଓମ୍‌ପ୍ରକାଶ ମେହେର । ଆଗାମୀ ଦିନରେ ସରକାରୀ ନିୟମ ଅନୁଯାୟୀ ଗୋରୁ ବଜାର ନିଷିଦ୍ଧ ନହେଲେ ବ୍ଲକ ଅଫିସ ଘେରାଉ କରିବା ସହିତ ରାଜରାସ୍ତାକୁ ଓଲ୍ହାଇବାକୁ ସ୍ମାରକ ପତ୍ରରେ ସୂଚନା ଦେଇଛନ୍ତି ସଂଗଠନ ଗୁଡିକର ନେତୃବୃନ୍ଦ । ଏହି ଅବସରରେ ଓମପ୍ରକାଶ ମେହେର, ଯୋଗେଶ ଅଗ୍ରୱାଲ, ମହେଶ ପାଳ, ବିକେଶ ପରୁଆ, କାହ୍ନା ଭୋଇ, ଶେଖର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.