
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରାଜ୍ୟ ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ଗତକାଲି ରାଉରକେଲା ହାଉସ ପହଞ୍ଚିବା ମାତ୍ରେ ରଘୁନାଥପଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଓ କର୍ମୀ ତାଙ୍କୁ ସ୍ୱାଗତ ଜଣାଇବା ସହିତ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାପରେ ମନ୍ତ୍ରୀ ମହୋଦୟ, ରଘୁନାଥ ପଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସହିତ ରାଉରକେଲାର ଛେଣ୍ଡ ସ୍ଥିତ ନିର୍ମାଣଧୀନ ବିଜ୍ଞାନ ପାର୍କ ଓ ପ୍ଲାନେଟରୀୟମ ପରିଦର୍ଶନ କରି ସମୀକ୍ଷା କରିବା ସହିତ ପ୍ରକଳ୍ପ କାର୍ଯ୍ୟ ଶୀଘ୍ରଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରକଳ୍ପ ଆଗାମୀ ଦିନରେ ବିଜ୍ଞାନର ପ୍ରଚାର ପ୍ରସାର ସହ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଅଧିକ ଆଗ୍ରହ ସୃଷ୍ଟି କରି ଜ୍ଞାନର ପରିପକ୍ୱତାର ବିକାଶ ଘଟିବ ଓ ରାଉରକେଲା ଏକ ପ୍ରମୁଖ ଲୋକପ୍ରିୟ ସହର ରୂପେ ପରିଗଣିତ ହେବ ବୋଲି ମନ୍ତ୍ରୀ ମହୋଦୟ ପ୍ରକାଶ କରିଥିଲେ । ଆଜି ମନ୍ତ୍ରୀ ମହୋଦୟ ରାଉରକେଲା ସ୍ଥିତ ଆଇ ଟି ଡି ଏ ସମ୍ମିଳନୀ କକ୍ଷଠାରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଅନୁଷ୍ଠିତ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଲାଭାର୍ଥିଙ୍କୁ କାର୍ଡ ବଣ୍ଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ସରକାର ନେଇଥିବା ନୀତି କୁ ସ୍ୱଷ୍ଠ କରି କହିଲେଯେ ୫ ଲକ୍ଷ କାର୍ଡ ଯେଉମାନେ ମୃତ୍ୟୁ ବରଣ କରି ସାରିଛନ୍ତି ସେମାନଙ୍କର ରଦ କରାଯାଇଛି । ଯେଉ ଲାଭାର୍ଥି ମାନେ ଆୟ କର ଦେଉଥିବେ ଓ କାର୍ଡ ପାଇବାକୁ ହକଦାର ନୁହନ୍ତି ସେମାନଙ୍କୁ କାର୍ଡ ଫେରସ୍ତ କରିବାକୁ ସୂଚନା ଜାରି କରାଯାଇ ଥିଲା, ପାୟ ଏକ ଲକ୍ଷ କାର୍ଡ ଫେରସ୍ତ ହୋଇଥିଲା । ଏଣୁ ରାଜ୍ୟ ସରକାର ସମୁଦାୟ ୬ ଲକ୍ଷ କାର୍ଡକୁ ରଦକରି ନୂତନ କାର୍ଡ ଉଚିତଙ୍କୁ ବାଣ୍ଟିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଅଧିକ ୧୫ ଲକ୍ଷ କାର୍ଡ ବାଣ୍ଟିବା ପାଇଁ ମଧ୍ୟ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଅନୁମୋଦନ କରିସାରିଥିବା ସୂଚନା ଦେଇଥିଲେ । ଏହି କାର୍ଡଧାରୀମାନେ ଅନ୍ୟସମସ୍ତ ସରକାରୀ ଯୋଜନାର ଲାଭ ପାଇଁ ପାରିବେ ବୋଲି ସେ ପ୍ରକାଶ କରିଥିଲେ । କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦନାୟକ, ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି, ଉପ ଜିଲ୍ଲାପାଳ ଓ ଯୋଗାଣ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି କାର୍ଡ ବଣ୍ଟନକୁ ତ୍ଵରାନିତ କରିଥିଲେ । ଏହାପରେ ମନ୍ତ୍ରୀ ମହୋଦୟ ଟ୍ରେନରେ ଯିବା ପାଇଁ ରାଉରକେଲା ଷ୍ଟେସନରେ ପହଞ୍ଚିବା ମାତ୍ରେ ବହୁ କାର୍ଯ୍ୟକର୍ତ୍ତା ଓ କର୍ମୀ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା, ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି ଏବଂ ରାଜ୍ୟ, ଜିଲ୍ଲା, ମଣ୍ଡଳ ସ୍ତରୀୟ ବହୁ କାର୍ଯ୍ୟ କର୍ତ୍ତା, କର୍ମୀ ଆଦି ଉପସ୍ଥିତ ଥିଲେ । ଜିଲ୍ଲା ଓ ଜନତାଙ୍କ ତରଫରୁ ମନ୍ତ୍ରୀ ମହୋଦୟଙ୍କୁ ଜନ ହିତକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ରାଉରକେଲା ଗ୍ରସ୍ଥ କରିଥିବାରୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।