ସାଙ୍ଗ ହେଲା ବଇରୀ

ଭୁବନେଶ୍ୱର : ସାଙ୍ଗ ହେଲା ବଇରୀ । ସାଙ୍ଗ ନେଲା ସାଙ୍ଗର ଜୀବନ । ରାଜଧାନୀ ଭୁବନେଶ୍ୱରରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବ ସୂଚନା ମିଳିଛି । ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗର ଜୀବନ ନେଇଛି । ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ତୁଡଙ୍ଗଗଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ସାଙ୍ଗ ଆକ୍ରମଣରେ ସାଙ୍ଗର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ସୁଶାନ୍ତ ଟୁଡୁ ବୋଲି ଖବର ମିଳିଛି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବବେଳେ ହତ୍ୟାକାରୀ ସାଙ୍ଗକୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି ।

Leave A Reply

Your email address will not be published.

error: Content is protected !!