ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ର ତୃତୀୟ ସନ୍ଧ୍ୟା

  • ମଞ୍ଚସ୍ଥ ହେଲା ନାଟକ ନିଶାପ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱର ର ମ୍ୟାଜିକ ଥିଏଟର ଅନୁଷ୍ଠାନ ତରଫରୁ ପ୍ରଜ୍ଞାରଞ୍ଜନ ଖଟୁଆଙ୍କ ରଚିତ ଓ ନିର୍ଦ୍ଦେଶନାରେ ନାଟକ ନିଶାପ ମଞ୍ଚସ୍ଥ ହୋଇଯାଇଛି । ସିଭିକ ସେଣ୍ଟର ଠାରେ ଆୟୋଜିତ ଏହି ନାଟ୍ୟ କାର୍ଯ୍ୟକ୍ରମରେ ଝିଲିମା ମହାନ୍ତିଙ୍କ ମଞ୍ଚ ସଂଯୋଜନାରେ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ସିଜିଏମ ବିଜୟ କୁମାର ଯୋଯୋ, ଡାକ୍ତର ସତ୍ୟ ରଞ୍ଜନ ଦାସ, ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର, ଅଭିନେତା ତଥା ସଂଗଠକ ଆଲୋକ ରଂଜନ ବୋଷ ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ସୋମନାଥ ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ । ଏହି ଅବସରରେ ନିର୍ଦ୍ଦେଶକ ପ୍ରଜ୍ଞାରଞ୍ଜନ ଖଟୁଆଙ୍କୁ ସମ୍ମାନିତ କରାଯାଇଥିଲା । ହାସ୍ୟ ରସାତ୍ମକ ନିଶାପ ନାଟକର ମୁଖ୍ୟ ବିଷୟବସ୍ତୁ ହେଲା ଘରେ ଯଦି ଗାଈ ଥିବ କ୍ଷୀର ଅଭାବ ପଡିବନି, ସେହିପରି ଯଦି କେଉଁଠି ଝଗଡ଼ା ଝାଟି ହେଲା ଯଦି ତୁମ ସହ ଭାଇ ଥିବ ନିଶ୍ଚୟ ରକ୍ଷା କରିବ । ଯଦି ଭାଇ ଭାଇ ମଧ୍ୟରେ ଝଗଡା ହୁଅନ୍ତି, ସେତେବେଳେ ନିଜ ବଂଶର ପତନ ଆସେ । ସେଥିପାଇଁ ପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କୁ ସମ୍ମାନ ଜଣାଇ ଆଗେ ବଳଭଦ୍ର, ମଝିରେ ସୁଭଦ୍ରା ଓ ଶେଷରେ ସେ ନିଜେ ଯାଆନ୍ତି । ଏହିଭଳି କାହାଣୀକୁ ନେଇ ଗତିଶୀଳ ହୋଇଛି ନାଟକ ନିଶାପ । ଏହି ନାଟକରେ ନିରଞ୍ଜନ ଆଚାର୍ଯ୍ୟ, ଶଙ୍କର୍ଷଣ ପ୍ରଧାନ, ପ୍ରଜ୍ଞାଦତ୍ତ ସାହୁ, ପ୍ରଜ୍ଞାରଞ୍ଜନ ଖଟୁଆ, ସୁକେଶ କୁମାର ପଣ୍ଡା, ବିଶ୍ୱରଂଜନ,ବିପ୍ଳବ କେଶରୀ ଦାଶ, ଅଙ୍କିତ ମହାପାତ୍ର, ଦୀପୁ, ଗୁନା, ମୁନା, ଅଙ୍କିତ, ରାଇମୋହନ, ରମେଶ, ଲକ୍ଷ୍ମୀ ପ୍ରିୟଦର୍ଶିନୀ ଭୋଳ, ଦିବ୍ୟାଶୀଂ ମହାନ୍ତି, ରେଶ୍ମାଞ୍ଜଳୀ ସାହୁ, ସ୍ୱପ୍ନା ମୁଦୁଲି ପ୍ରମୁଖ ଅଭିନୟ କରିଥିଲେ । ସେହିପରି ସଂଗୀତର ମାନସ, ଆଲୋକରେ ରାକେଶ, ମଞ୍ଚରେ ଶରତ, ଋପସଜ୍ଜାରେ ରମେଶ, ସିପୁ ଓ ଗୋପବନ୍ଧୁ ଜେନା ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ । ସାଗର ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.