ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ସାଂସ୍କୃତିକ ପର୍ବର ଚତୁର୍ଥ ସନ୍ଧ୍ୟା : ଆକର୍ଷଣ ସାଜିଲା ଆସାମର ବିହୁ ଓ ଛତିଶଗଡ଼ର ଆଜାଦ ପରିନ୍ଦା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଲବ, ପଦ୍ମପୁର ତରଫରୁ ଆୟୋଜିତ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବର ଆଜି ଚତୁର୍ଥ ସନ୍ଧ୍ୟାରେ ବିଜେପୁର ବିଧାୟକ ସନତ ଗଡତିଆ, ଭଟଲି ବିଧ୍ୟାୟକ ଇରାଶିଷ ଆଚାର୍ଯ୍ୟ ଓ ପଦ୍ମପୁର ବଣିକ ସଂଘ ସଭାପତି ତଥା ଟାଉନ କ୍ଲବ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପ୍ରତାପ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଧିବଦ୍ଧ ଭାବରେ ପଞ୍ଚମ ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାର ସାଂସ୍କୃତିକ ପର୍ବକୁ ଶୁଭରମ୍ଭ କରିଛନ୍ତି । ତେବେ କଳା ଓ କଳାକାରଙ୍କର ଏହି ମାଟିରେ ସାଂସ୍କୃତିକ କଳାର ମହକର ବାସ୍ନା ସୁବାସିତ କରିବା ପାଇଁ ଏହି ମହାମଞ୍ଚ ଭଳି କାର୍ଯ୍ୟକ୍ରମର ଆୟୋଜନକୁ ବହୁତ ସୁନ୍ଦର ପ୍ରୟାସ ବୋଲି ଅତିଥିମାନେ କହିଥିବା ବେଳେ ଆଗକୁ ଏହି ମହୋତ୍ସବ ଆହୁରି ବିଶ୍ୱ ସ୍ତରୀୟ ହେଉ ବୋଲି ଶୁଭେଚ୍ଛା ଦେଇଥିଲେ । କ୍ଲବର ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ମଞ୍ଚରେ ଉପ ସଭାପତି ନରେଶ ସୁନ୍ଦର ସାହୁଙ୍କ ଉପସ୍ଥିତିରେ ପ୍ରଥମେ ସମସ୍ତ ଅତିଥି ମା’ ସାମଲେଶ୍ଵରୀ ଓ ବାବା ନୃସିଂହନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ୱଳନ କରିଥିବା ବେଳେ କଣ୍ଠଶିଳ୍ପୀ ପ୍ରୀତି ମିଶ୍ର ପ୍ରଥମେ ଏକ ଭଜନରୁ ସନ୍ଧ୍ୟା ଆରମ୍ଭ କରିଥିଲେ । ପରେ ପରେ ପ୍ରିୟାଂଶି ଗୁର୍ଲ୍ଲା ଓ ଗଜାନନ ନାଗଙ୍କ ଦ୍ୱାରା ଲୋକଗୀତ ପ୍ରଦର୍ଶିତ ହୋଇଥିଲା । ଅବସର ପ୍ରାପ୍ତ ଅଧ୍ୟାପକ ତଥା ବରିଷ୍ଠ କଳାକାର କେଶରଞ୍ଜନ ପଧାନ ଏବଂ ନାଟ୍ୟକାର ଅଶୋକ କୁମାର ବହିଦାର ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରତାପ ନାଥ, ଟେନେସ ପଣ୍ଡା, ସୁରେଶ ସାହୁ ଓ ସୋମେଶ ଚନ୍ଦ୍ର ମହାନ୍ତି ସହଯୋଗ କରିଥିଲେ । ମନିଷ କୁମାର ରଥ, ନିତୁ ସାହୁ, ଦୀପକ ଦାସ, ସୋନାଲିକ ଶବର ଓ ଦେବାଶିଷ ପଣ୍ଡା ମଞ୍ଚ ଉଦଘୋଷକ ଦାୟିତ୍ୱ ତୁଳାଇ ଥିଲେ । ତେବେ ମହୋତ୍ସବ ପର୍ବ ପୂର୍ବରୁ ମହୋତ୍ସବ କମିଟି ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ ସହ ଚିକିତ୍ସା ପାଇଁ ଲୋକେ କେବେ ଯେମିତି ହଇରାଣ ନହେବେ ଏବଂ ଜୀବନ ବିନ୍ଦୁ ସଦୃଶ୍ୟ ରକ୍ତଦାନର ମହତ୍ୱ ଯେମିତି ସମସ୍ତେ ବୁଝିବେ ସେହି ପ୍ରୟାସରେ ଏହି ଶିବିର ଆୟୋଜିତ ହୋଇଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ସାଂସ୍କୃତିକ ସନ୍ଧ୍ୟାର ମଜା ନେବା ପାଇଁ ପ୍ରତିଦିନ ଲୋକଙ୍କ ଖୁବ ଭିଡ଼ ଜମୁଛି । ଆଜିର ସାଂସ୍କୃତିକ ପର୍ବରେ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ ସହ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଯୋଗ ଆସନ ପ୍ରଦର୍ଶନ ଦହିତା ଉଚ୍ଚ ବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମ, କନ୍ୟାଶ୍ରମ ଚର୍ଦାପାଲିର ନୂଆଁଖାଇ ପରିବେଷଣ, ମହିଳା ମହା ବିଦ୍ୟାଳୟର ପଞ୍ଚରସି, ଜେନିଥ ଲୟନ୍ସ ଗୁରୁକୂଳ ଅନୁଷ୍ଠାନ ନିଜର ପାରମ୍ପରିକ ନୃତ୍ୟ, ଅଞ୍ଚଳ ମହାବିଦ୍ୟାଳୟର ସାଂସ୍କୃତିକ ଦଳ, ବଲାଙ୍ଗିର ଜୁଡା ଝଲକ ଅନୁଷ୍ଠାନର ପଞ୍ଚରସୀ, ବରଗଡ଼ ଫୁଲ ଗଜରା କଳା ପରିଷଦର ଡାଲଖାଇ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବେଶ ମୁଗ୍ଧ କରିଥିବା ବେଳେ ଛତିଶଗଡ଼ ସ୍ଵରାଗିନୀ ଅନୁଷ୍ଠାନର ଆଜାଦ ପରିନ୍ଦା ନୃତ୍ୟ ଓ ଆସାମ ପ୍ରତିଭା ଦଳର ବିହୁ ନୃତ୍ୟ ମଞ୍ଚରେ ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିବିଧ ପ୍ରତିଭା ପାଇଁ କୋକିଳ ସାହୁଙ୍କୁ ମାନପତ୍ର ଓ ଉପଢେ଼øକନ ସହ ସମ୍ମାନିତ କରାଯାଇଥିଲା । ସେହି ପରି ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ ଏବଂ ପେଣ୍ଟିଙ୍ଗ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ ସହ ବିଚାରକ ଦାୟିତ୍ୱ ତୁଳାଇ ଥିବା ଗଣନାଥ ବଗତ୍ର୍ତ୍ତ, ନରେନ୍ଦ୍ର ବରିହା, ଗିରିଧାରୀ ସାହୁ, ସଚ୍ଚିଦାନନ୍ଦ ସାହୁ, ଯୁଗଳ କିଶୋର ଭୋଇ କୋକିଳ ସାହୁ ଏବଂ ପ୍ରଦୀପ ପାଣିଗ୍ରାହୀ, ଦୁର୍ଗାଶିଷ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା । ତେବେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଲବର ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ଆସନ୍ତା ସନ୍ଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମସ୍ତଙ୍କୁ ନିମନ୍ତ୍ରିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଟାଉନ୍ କ୍ଲବ ସଭାପତି ତଥା ମହୋତ୍ସବ କମିଟିର ସଭାପତି ପ୍ରିତେଶ କୁମାର ବହିଦାର ଆବାହକ ଅଶୋକ କୁମାର ମିଶ୍ର, ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ, ସୁବାଷ ପାତ୍ର, ସରୋଜ ମିଶ୍ର, ନରୋତ୍ତମ ପ୍ରଧାନ, ହରି ସିଂ, କେଶବ ରଞ୍ଜନ ପ୍ରଧାନ, ଅଶୋକ ବହିଦାର, ପ୍ରତାପ ମିଶ୍ର, ନିରୋଜ ଦୋରା, ସୁରେନ୍ଦ୍ର ସାହୁ, ରମେଶ ଗୁର୍ଲ୍ଲା, ବିକାଶ ବହିଦାର, ସୁନୀଲ ଅଗ୍ରୱାଲ, ପ୍ରମୋଦ ମେହେର, ପ୍ରତାପ ନାଥ, ଆଦିତ୍ୟ ରଥ, ଜ୍ୟୋସ୍ନାରାଣୀ କର, ରଞ୍ଜୁ ସେଠ, ନାରାୟଣ ପୁରୋହିତ, ରାଜେଶ ଗୁର୍ଲ୍ଲା, ନିରୋଜ ସିହ୍ନା, ଅଖିଳ ପଟ୍ଟନାୟକ, ଦିନେଶ ବାରିକ, ସୁରଜ ସୁନା, ସୁରେଶ ସାହୁ, ଅମିତ ଗର୍ଗ, ସୌମ୍ୟ ରଞ୍ଜନ ମହାନ୍ତି, ନିଖିଳ ପଟ୍ଟନାୟକ, ନରେଶ ବାରିକ, ଟେନେସ ପଣ୍ଡା, ଯୁଗଳ ସାହୁ, ଚିନ୍ମୟ ସାମଲ, ସରୋଜ ଭୋଇ, ଟୁନା ବାରିକ, ଅନିଲ ଗର୍ଗ, ବାରୀଶ ରାଜା, ଲକ୍ଷ୍ମୀକାନ୍ତ ବରିହା, ମନୋଜ ବେହେରା, ରୋହିତ ସେଠ, ରାହୁଲ ବହିଦାର, ରାହୁଲ ତାଣ୍ଡି, ସୁରେନ୍ଦ୍ର ଲୁହାର, ବିନୀତ ପାତ୍ର, ଉଦ୍ଧବ ଡୁଙ୍ଗରି, ରୁଦ୍ରନାରାୟଣ ସାହୁ, ଆୟୁଷ ଯୋଶୀ, ଓମ ସାହୁ, ଶଙ୍କର ରାଉତ, ଆଦିତ୍ୟ ବନଛୋର, କିରନ କୁମାର ବାଗ, ଡମ୍ୱରୁ ଭୋଇ, ବିରେନ ପ୍ରଧାନ, ପ୍ରେମାନନ୍ଦ ବରିହା ପ୍ରମୁଖ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ଦାୟିତ୍ୱ ବହନ କରିଥିଲେ ।