ରାଉରକେଲା, (ସସ୍ମିତା ପ୍ରଧାନ) : ସହର ସେବା ସମିତି, ରାଉରକେଲା ଦ୍ୱାରା ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ, ମହାନାୟକ ପ୍ରଶାନ୍ତ ନନ୍ଦଙ୍କ ୭୮ତମ ଜନ୍ମ ଦିବସ ପାଳନ ଅବସରରେ ଶ୍ରୀ ନନ୍ଦଙ୍କର କେତେକ ପ୍ରମୁଖ ଚଳଚ୍ଚିତ୍ରର ମନଛୁଆଁ ସଂଗୀତକୁ ନେଇ ‘ଚିର ସବୁଜ ପ୍ରଶାନ୍ତ’ ସଂଗୀତ ସଂଧ୍ୟା ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱ, କାର୍ଯ୍ୟକାରୀ ସଭାପତି ସୁନିଲ୍ କୟାଲ, ସଂପାଦକ ରାଜେଶ ବାନାର୍ଜୀ ଓ ଆବାହକ ଶୈଳେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶାନ୍ତ ନନ୍ଦଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟ ଦର୍ଶକ ଭାବେ ସଂଗୀତ ସଂଧ୍ୟାକୁ ଉପଭୋଗ କରିଥିଲେ । ଶୁଭଶ୍ରୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ତରଫରୁ କେକ୍ କଟାଯାଇ ତଥା ପୁଷ୍ପଗୁଚ୍ଛ ଦିଆଯାଇ ଶ୍ରୀ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସହରର ଶହେରୁ ଅଧିକ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ନନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀ ନନ୍ଦ ଏହାକୁ ଅନନ୍ୟ କାର୍ଯ୍ୟକ୍ରମ ସହ ସ୍ମରଣୀୟ ମୁହୂର୍ତ୍ତ ବୋଲି କହି କିଛି ପୁରୁଣା ସ୍ମୃତି ରୋମନ୍ଥନ କରିଥିଲେ । ଏହି ଅବସରରେ ମ୍ୟୁଜିକ ଥେରାପି ରାଉରକେଲାର କଳାକାର ମନୋରଞ୍ଜନ ଦାଶ, ସୁନିଲ୍ କୟାଲ, ଶୈଳେନ୍ଦ୍ର ମହାନ୍ତି, ନିଶି ନନ୍ଦ, ସ୍ମିତା ମିଶ୍ର, ସରୋଜ ପଣ୍ଡା, ଅଜୟ ଖଟୁଆ, ଜୟନ୍ତୀ ବେବର୍ତ୍ତା, ବିଜୟଲକ୍ଷ୍ମୀ ଶ୍ରୀଚନ୍ଦନ, ଶୁଭଶ୍ରୀ ଦାଶ, ଅସିତ ଦାସ ଓ ଭୁବନେଶ୍ୱରର ଇନ୍ଦ୍ରଧନୁ ତରଫରୁ ଚିନ୍ତାମଣି ମିଶ୍ର, ଦୁଷ୍ମନ୍ତ କୁମାର, ବରଦା ପ୍ରସନ୍ନ ପଟ୍ଟନାୟକ, ବସନ୍ତ ତିହାଡି, ଅବନିକାନ୍ତ ଦାସ, ଏମ କିରଣ କୁମାର, ରଜନୀଶ ସିଂହ, ତୀର୍ଥନାଥ ଲୋହା, ମିଲୁ ଜେନା ଓ ଲୋଭା ବିଶ୍ୱାଳ ପ୍ରମୁଖ ପ୍ରଶାନ୍ତ ନନ୍ଦଙ୍କ ଅଭିନିତ ଚଳଚ୍ଚିତ୍ରର ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ଉପସଭାପତି ପୁଷ୍ପା ଲେଙ୍କା, ୱାଇ ହେମଲତା, ପ୍ରଫୁଲ୍ଲ ନାୟକ, ଏସ ଏମ ଅଲ୍ଲୀ, ଦିଗମ୍ବର ମହାନ୍ତି, ଚନ୍ଦ୍ରଶେଖର ପାଢୀ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ସଫଳ କରାଇଥିଲେ ।
Next Post