ଭଡା କୋଠରୀରୁ ଯୁବକଙ୍କ ସନ୍ଧେହଜନକ ମୃତଦେହ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ସ୍ଥିତ ଶୁଭମ ଓ ସୌରଭ ରେସିଡେନ୍ସି ପରିସରରେ ରହିଥିବା ଏକ ଭଡା କୋଠରୀରୁ ବିହାର ରାଜ୍ୟରୁ ଆସିଥିବା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଏକ ଯୁବକଙ୍କ ମୃତଦେହ ମିଳିଛି । ସ୍ଥାନୀୟ ଜଣେ ବ୍ୟକ୍ତି ପୋଲିସକୁ ଖବର ଦେଲା ପରେ ଗଞ୍ଜାମ ପୋଲିସ ଶବକୁ ଜବତ କରିଛି । ସୂଚନା ଅନୁସାରେ ବିହାର ରାଜ୍ୟର ନୟାଗଞ୍ଜ, ନୟାଗାଁ, ଊର୍ଫ ମହମ୍ମଦପୁର ଅଞ୍ଚଳର ଜ୍ଞାନ ପ୍ରକାଶ (୩୬) ଦୀର୍ଘ ୯ ମାସ ହେଲା ଗ୍ରାସିମ ଇଣ୍ଡଷ୍ଟ୍ରିରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଏବଂ ଗଞ୍ଜାମ ସ୍ଥିତ ତ୍ରିବେଣୀ ମଠ ଛକ ପାଖରେ ଥିବା ଶୁଭମ ଓ ସୌରଭ ରେସିଡେନ୍ସି ପରିସରରେ ରହିଥିବା ଏକ ଭଡା କୋଠରୀରେ ରହୁଥିଲେ । କିନ୍ତୁ ଆଜି ଅପରାହ୍ନରେ ଜ୍ଞାନ ପ୍ରକାଶଙ୍କ ସନ୍ଧେହଜନକ ମୃତଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଥାନାଧିକାରୀ ଓ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ମୃତକଙ୍କ ପରିବାର ସହ ଯୋଗାଯୋଗ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠା ଯାଇଥିବା ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.