ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ପ୍ରେମ ବ୍ୟାପାରରୁ ଆତ୍ମହତ୍ୟା ସନ୍ଦେହ

ମୟୂରଭଞ୍ଜ : ଶୋଇବା ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବେତନଟୀ ମୁଖ୍ୟ ବଜାର ଧର୍ମଶାଳା ସମ୍ମୁଖ ବାସଭବନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ବେତନଟୀର ବିଶ୍ୱଜିତ ପରିଡା ରବିବାର ସନ୍ଧ୍ୟାରେ ଘରକୁ ଫେରି ନିଜ ରୁମରେ କବାଟ ବନ୍ଦକରି ଶୋଇଥିଲେ । ସୋମବାର ସକାଳେ ଉଠିବାରେ ବିଳମ୍ବ ହେବାରୁ ଅଫିସ ଯିବା ସମୟ ହୋଇଯାଉଥିବାରୁ ପରିବାର ଲୋକେ କବାଟ ବାଡେଇଥିଲେ । ମାତ୍ର ବିଶ୍ୱଜିତ କବାଟ ଖୋଲିନଥିଲେ କି କୌଣସି ଉତ୍ତର ଦେଇନଥିଲେ । ବହୁବାର ଡାକିବା ସତ୍ତ୍ଵେ ବିଶ୍ୱଜିତ କୌଣସି ପ୍ରତିକ୍ରିୟା ନଦେବାରୁ ପାଖ ପଡୋଶୀଙ୍କୁ ଡାକି କବାଟ ଭାଙ୍ଗି ଦେଇଥିଲେ । ଘର ଭିତରେ ବିଶ୍ୱଜିତଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବିଶ୍ଵଜିତ ସୋଫା କଭରରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

jittmm
Leave A Reply

Your email address will not be published.