ବରଗଡ, (ନିରୋଜ କୁମାର ପାଣୀ) : ସାଂସଦ ପ୍ରଦୀପ ପୁରୋହିତଙ୍କ ଚାଞ୍ଚଲ୍ୟକର ବୟାନ । ବିଜେଡି ସରକାରର ଅନେକ ନେତା ହଂସିତାଙ୍କୁ କରୁଥିଲେ ସହାୟତା । ବିଜେଡି ସରକାରରେ ଥିବା କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଙ୍କ୍ ଥିଲା ବୋଲି ଅଭିଯୋଗ ଆଣିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । ସିଧାସଳଖ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଂକର ମିଶ୍ରଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି ପ୍ରଦୀପ ପୁରୋହିତ । ସବୁ ନିୟମ କାନୁନକୁ ଭାଙ୍ଗି ତାଙ୍କୁ ପର୍ଯ୍ୟାପ୍ତ କାମ ଦିଆଯାଉଥିବା ଏବଂ ଏଥିରେ ଶହ ଶହ କୋଟି ଲୁଟ୍ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଠକେଇରେ କିଛି ବଡ଼ ବଡ଼ିଆଙ୍କ ସଂପୃକ୍ତି ଥିବା ସୁରାକ୍ ପାଇଛି ପୋଲିସ୍ । ହେଲେ ପ୍ରଦୀପଙ୍କ ଆଜିର ବୟାନ ଅନେକ ପ୍ରଶ୍ନ ଛିଡ଼ା କରିଛି । ସବୁ ନିୟମ କାନୁନକୁ ଭାଙ୍ଗି ତାଙ୍କୁ ପର୍ଯ୍ୟାପ୍ତ କାମ ଦିଆଯାଉଥିବା ଏବଂ ଏଥିରେ ଶହ ଶହ କୋଟି ଲୁଟ୍ ହୋଇଥିବା ପ୍ରଦୀପ ଅଭିଯୋଗ କରିଛନ୍ତି । ଏହି ପୂର୍ବତନ ମନ୍ତ୍ରୀଙ୍କ ସମେତ ଜଣେ ଦୁଇଜଣ ବିଧାୟକ ବି ଏଥିରେ ସଂପୃକ୍ତ ଥିବା ସେ କହିଛନ୍ତି । ‘ହଂସିତା ଠକେଇ ମାମଲାରେ ବିଜେଡି ନେତାଙ୍କ ଲିଙ୍କ ରହିଛି । ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ହଂସିତାଙ୍କୁ ନିୟମ ବାହାରକୁ ଯାଇ କାମ ଦେଇ ରାଜସ୍ୱ ଲୁଟୁଥିଲେ । କିଛି ଏପରି ସାଂଘାତିକ ବୟାନ ଦେଇ ହଂସିତା ଠକେଇ ମାମଲାକୁ ଏବେ ନୂଆ ମୋଡ ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ବିଜେଡି ସରକାରରେ ଥିବା କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ଶିଳ୍ପମନ୍ତ୍ରୀଙ୍କ ସହ ହଂସିତା ଅଭିଲିପ୍ସାଙ୍କ ଲିଂକ୍ ଥିଲା ବୋଲି ସେ ଦାବି କରିଛନ୍ତି । ପ୍ରଦୀପଙ୍କ କହିବାନୁଯାୟୀ, ଶିଳ୍ପ ବିଭାଗ ନୀତି ନିୟମ ବାହାରେ ଯାଇ ଅନେକ କାମ ହଂସିତାଙ୍କୁ ଦିଆଯାଇଛି । ସରକାରୀ କାମ ଦେବା ବାହାନାରେ ଶହ ଶହ କୋଟି ଟଙ୍କାର ରାଜସ୍ୱ ଲୁଟ ହୋଇଛି । ଏହି ଘଟଣାରେ ତତ୍କାଳୀନ ମନ୍ତ୍ରୀ ତଥା ବିଜେଡିର ବିଧାୟକଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ପ୍ରଦୀପ ପୁରୋହିତ । ଯେଉଁ ନେତା ଓ ମନ୍ତ୍ରୀମାନେ ଏଥିରେ ସାମିଲ ଥିଲେ ସେମାନେ ସମସ୍ତେ ତଦନ୍ତ ପରିସରଭୁକ୍ତ ହେବା କଥା ଓ ସବୁ ବଡ଼ ବଡ଼ିଆଙ୍କୁ ଧରିବା ଜରୁରୀ । ହଂସିତା ଓ ଅନୀଲଙ୍କ ଯୋଡ଼ି କୋଟି କୋଟି ଟଙ୍କା ଲୋକଙ୍କଠୁ ଠକିଥିବା ଅଭିଯୋଗ ହୋଇଥିଲା । ତେବେ ଠକ ଯୋଡି ହଂସିତା- ଅନୀଲଙ୍କ କଳା ଧନ୍ଦା ଉପରୁ ପରଦା ହଟିଛି । ଆୟକର ବିଭାଗ ତଦନ୍ତକୁ ଜୋରଦାର କରିଛି । ଏବେ ଇନକମ୍ ଟ୍ୟାକ୍ସ ବିଭାଗ ସ୍କାନରରେ ନେତା, ମଦବେପାରୀ ଓ ସୁନା ବ୍ୟବସାୟୀ । ଏବେ ଏହା ସହ ଜଡିତ ସବୁ ସୂତାର ଖିଅ ଖୋଜୁଛି ପୋଲିସ୍ । ଖାଲି ଏତିକି ନୁହେଁ, ହଂସିକାଙ୍କର ଯେଉଁ ଆପାର୍ଟମେଣ୍ଟରେ ତିନିଟି ଘର ରହିଛି, ସେହିଠାରେ ଦିବ୍ୟଶଂକରଙ୍କର ମଧ୍ୟ ଗୋଟିଏ ଘର ରହିଛି । ଏହାରି ଭିତରେ ପ୍ରଦୀପଙ୍କ ଆଜିର ବୟାନ ଏବେ ଘଟଣାକୁ ଏକ ନୂଆ ମୋଡ ଦେଇଛି ।