- ୧୮ ତାରିଖରେ ହେବ ମେଗା ରକ୍ତଦାନ ଶିବିର
ବଲାଙ୍ଗିର, (କେପିଏନ୍ଏସ୍) : ବିଶିଷ୍ଟ ସମାଜସେବୀ ତଥା ଅନନ୍ୟ ଶ୍ରମିକ ନେତା ଲଳିତ ନୟାକଙ୍କ ୬୪ତମ ଜନ୍ମଦିନକୁ ଜିଲ୍ଲା ବ୍ୟାପୀ ପାଳନ କରାଯାଇଛି । ଲଳିତ ନାୟକ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ବୃଦ୍ଧାଶ୍ରମ, ଅନାଥାଶ୍ରମରେ ସମବେତ ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ଦୀପକ କୁମାର ନାୟକ (ବବୁଲୁ) ପରିଚାଳନା କରିଥିଲେ । ଦେଓଗାଁ ବ୍ଲକ ସାଲେପାଲିଠାରେ ଗ୍ରାମମଙ୍ଗଳ ପାଠାଗାରର ବୃଦ୍ଧାଶ୍ରମ, ବଲାଙ୍ଗିର ସହରର ସ୍ଵଧାର ଗୃହ, ପଥରଚେପାର ଆଦୃତ ଶିଶୁ ସଦନ ତରଭାଠାରେ ଥିବା ଦୃଷ୍ଟିହୀନ, ମୁକ, ବଧିର ବିଦ୍ୟାଳୟର ଅନ୍ତେବାସୀଙ୍କ ସହ ସମବେତ ଭୋଜନ ହୋଇଥିଲା । ଲଳିତ ନାୟକ ଫାଉଣ୍ଡେସନର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ମଧ୍ୟରେ ଲଳିତ ପ୍ରେମୀ ରତନ କୁମାର ମହାରଣା, ପଦ୍ମଚରଣ ଆଚାର୍ଯ୍ୟ, ପ୍ରଭାକର ମିଶ୍ର, ଫାଉଣ୍ଡେସନର ସଂଯୋଜକ ବିବେକାନନ୍ଦ ପଟେଲ ସଦସ୍ୟ ଚତୁର୍ଭୁଜ ରାଉତ, ରାହୁଲ ସାହୁ, ତାପସ ରଞ୍ଜନ ମହାନ୍ତି, ଅଙ୍କିତ ସାହୁ, ସୌମ୍ୟରଂଜନ ମିଶ୍ର, ସଂଜୀବ ସାହୁ, ବଳରାମ ଯୋଶୀ, ଅବିନାଶ ପାଣିଗ୍ରାହୀ, ଅମିର ତ୍ରିପାଠୀ, ବିନୀତ କୁମାର ମିଶ୍ର, ଚନ୍ଦ୍ରଜିତ ବିଶି, ସାହିଲ କୁମ୍ଭାର, ସୌମ୍ୟରଞ୍ଜନ ପଣ୍ଡା, ଶୋଭନ ଅଗ୍ରୱାଲ, ଅଙ୍କୁଶ କୁମାର ପାଣ୍ଡିଆ, ଯତୀନ୍ଦ୍ର ରାଉତ ପ୍ରମୁଖ ସାମିଲ ଥିଲେ । ଲଳିତ ନାୟକ ଥିଲେ ବାସ୍ତବରେ କୋଟି ହୃଦୟର ଗୋଟିଏ ନାୟକ । ଦୁଃଖୀ, ରୋଗୀ, ଶ୍ରମିକଙ୍କ ଆଶା ଓ ଭରଷା ଥିଲେ । ଲଳିତ ନାୟକଙ୍କ ଜାନୁଆରୀ ୧୧ ହେଉଛି ଜନ୍ମଦିନ ଓ ଜାନୁଆରୀ ୧୮ ତାଙ୍କ ଶ୍ରାଦ୍ଧ ବାର୍ଷିକ । ଏହି ମୁକୁଟ ବିହୀନ ସମ୍ରାଟଙ୍କ ଆବର୍ତମାନରେ ତାଙ୍କ କରିଯାଇଥିବା ସେବା ପାଇଁ ପଶ୍ଚିମ ଓଡ଼ିଶାର କୋଟି କୋଟି ଜନତା ସ୍ମରଣ କରୁଛନ୍ତି । ସମସ୍ତେ ଜାଣନ୍ତି ଏ ଜୀବନ ଜନ୍ମ ଓ ମୃତ୍ୟୁର ଚକ୍ରରେ ବନ୍ଧା । ଜନ୍ମର ଯଦିଓ ପ୍ରାକ ସୂଚନା ଥାଏ ତଥାପି ତାହାର ସଠିକ ସମୟ ସର୍ବଦା ରହସ୍ୟାବୃତ । ୨୦୨୧ ଜାନୁଆରୀ ୧୮ରେ ସମସ୍ତଙ୍କର ଅତି ପ୍ରିୟ ଲଳିତ ନାୟକଙ୍କୁ ମୃତ୍ୟୁ ନାମ୍ନୀ କୋଠର ସତ୍ୟ କୋଳାଗ୍ରତ କରିନେଲା । ମୃତ୍ୟୁ ମଣିଷର ଶରୀରକୁ ମାରିପାରେ ମାତ୍ର ଲଳିତ ନାୟକଙ୍କ କର୍ମକୁ ନୁହେଁ । ସେଥିପାଇଁ ତ ସମସ୍ତଙ୍କ ହୃଦୟରେ ଆଜିବି ଅତି ପ୍ରିୟ ଲଳିତ ନାୟକ ୍ମୃତି ରୂପରେ ବଞ୍ଚି ରହିଛନ୍ତି ଓ ଆଗକୁ ରହିଥିବେ ମଧ୍ୟ । ତେଣୁ ସେହି ମହାନ ଆତ୍ମାକୁ ସଂମାନ ଓ ଶ୍ରଦ୍ଧାଞ୍ଜଳି ଦେବାକୁ ଲଳିତ ନାୟକ ଫାଉଣ୍ଡେସନ, ଲଳିତ ନାୟକ ସ୍ମୃତି କମିଟି ଓ ବିଭିନ୍ନ ସାମାଜିକ, ସାଂସ୍କୃତିକ, କ୍ରୀଡା ସଂଗଠନ, ସାମାଜିକ ସଂଗଠନ ଗଢି ଉଠିଛି ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ । ତାଙ୍କ ଶ୍ରାଦ୍ଧ ଦିବସକୁ ସ୍ମରଣୀୟ କରିବା ପାଇଁ ଆସନ୍ତା ଜାନୁଆରୀ ୧୮ ତାରିଖ ସ୍ଥାନୀୟ ସାମ୍ବାଦିକ ଭବନାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହେବ । ଏହି ମେଗା ରକ୍ତଦାନ ଶିବିରରେ ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ସକ୍ରିୟ ଭାବେ ସାମିଲ ହେବେ ବୋଲି ମାହେଶ୍ୱରୀ ମୁଖ୍ୟ ଅଙ୍କୁଶ ପାଣ୍ଡିଆ ଓ ଫାଉଣ୍ଡେସନର ସଂଯୋଜକ ବିବେକାନନ୍ଦ ପଟେଲ ସୂଚନା ଦେଇଛନ୍ତି ।