om academy

ସଙ୍କୁଳ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ

jsm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ସାମୁହିକ ସଙ୍କୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ତଥା ସଙ୍କୁଳ ସଂଯୋଜକ ଶିବ ବାରିକ ଅତିଥି ପରିଚୟ ତଥା ଉଦ୍ଦେଶ୍ୟ କଥନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡା. ସଞ୍ଜୀବ କୁମାର ବିଶ୍ୱଳ ଏବଂ ମୁଖ୍ୟବକ୍ତା ଭାବେ ଡୁଙ୍ଗୁରିପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଯୋଗେନ୍ଦ୍ର ଦାସ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ କାହ୍ନୁଚରଣ ଦର୍ଜି, ରାମଚନ୍ଦ୍ର ପଟେଲ୍, ସଦାନନ୍ଦ ସାହୁ, ଭବାନୀ ପଟ୍ଟନାୟକ, ସମ୍ଭାଗ ସଦସ୍ୟା କସ୍ତୁରୀ ରଥ ପ୍ରମୁଖ ବିଭିନ୍ନ ଦିବସରେ ଯୋଗଦେଇ ଉତ୍ସାହିତ କରିଥିବା ବେଳେ ପରିଚାଳନା ସମିତି ସମ୍ପାଦକ ବିଶ୍ଵନାଥ ଷଡ଼ଙ୍ଗୀ, ଉପସଭାପତି ପ୍ରଦୀପ କୁମାର ସା, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ପ୍ରଧାନ ଆଚାର୍ଯ୍ୟ ଶିବ ବାରିକଙ୍କ ସଂଯୋଜନାରେ କାର୍ଯ୍ୟଶାଳା ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା । ଉକ୍ତ କାର୍ଯ୍ୟଶାଳାରେ ବିଭିନ୍ନ ବିଦ୍ୟାଳୟର ୯୬ ଜଣ ଗୁରୁଜୀ, ଗୁରୁମା ଯୋଗ ଦେଇଥିବା ବେଳେ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ସ୍ତର ଅନୁଯାୟୀ ମୋଟ୍‌ ୧୬ଟି କାଳାଂଶ ଅନୁଷ୍ଠିତ ହୋଇଥିଲା । ସଙ୍କୁଳ ପ୍ରମୁଖ କମଳଲୋଚନ ତ୍ରିପାଠୀ ବିବରଣୀ ପଠନ କରିଥିବା ବେଳେ କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.