oum

ସଙ୍କୁଳ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ

jsm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସଙ୍କୁଳ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ସମାରୋହରେ ପ୍ରଧାନ ଆଚାର୍ଯ୍ୟ ତଥା ସଙ୍କୁଳ ସଂଯୋଜକ ଶିବ ବାରିକ ଅତିଥି ପରିଚୟ ତଥା ଉଦ୍ଦେଶ୍ୟ କଥନ କରିଥିଲେ । ମୁଖ୍ୟବକ୍ତା ଭାବେ ଡୁଙ୍ଗୁରିପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଯୋଗେନ୍ଦ୍ର ଦାସ ଏବଂ ନିମନ୍ତ୍ରିତ ଅତିଥି ଭାବେ ପରିଚାଳନା ପରିଷଦର ସଭାପତି ବିମଳ ଚରଣ ହୋତା ଯୋଗ ଦେଇଥିଲେ । ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସଂଜୀବ ବିଶ୍ଵାଳ ଯୋଗଦେଇ ଆଶିର୍ବଚନ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟଶାଳାରେ ବିଭିନ୍ନ ବିଦ୍ୟାଳୟର ୯୬ ଜଣ ଗୁରୁଜୀ, ଗୁରୁମା ଯୋଗ ଦେଇଥିବା ଜଣାଯାଇଛି ।

Leave A Reply

Your email address will not be published.