om academy

ତୁଷୁରା ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍‌ଘାଟିତ

jsm

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ୨୬ ଜୁନ ରାତ୍ର ୭ଟା ସମୟରେ ସଂକୁଳ କେନ୍ଦ୍ର ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ତୁଷୁରାର ସଭାଗୃହ ଠାରେ ଉଦ୍‌ଘାଟିତ ହୋଇଯାଇଛି । ସଭାପତି ଦୀନଦୟାଲ କେଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ତୁଷୁରାର ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ୱାଲ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଶିଶୁ ମନ୍ଦିର ଯୋଜନା ଅଗ୍ରଣୀ ଭୂମିକା ଗ୍ରହଣ କରୁଛି ବୋଲି ମତପୋଷଣ କରିଥିଲେ । ମୁଖ୍ୟ ବକ୍ତାଭାବେ ସଂକୁଳ ପ୍ରମୁଖ ତଥା ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ ଆଶୁକବି ହେମନ୍ତ ଦାସ ଯୋଗଦେଇ ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶ୍ରୀ ଦାସ କହିଥିଲେ ଯେ, ପ୍ରଶିକ୍ଷଣ ଶିବିରର ଶିକ୍ଷାଦାନ ଶ୍ରେଣୀ କକ୍ଷରେ ପ୍ରତିଫଳିତ ହେଲେ ଗୁଣାତ୍ମକ ଶିକ୍ଷା ସମ୍ଭବ ହୋଇ ପାରିବ । ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସହ କାର୍ଯ୍ୟବାହ ସଞ୍ଜୟ କୁମାର ସାହୁ ଯୋଗଦେଇ ‘ଭାରତର ସ୍ୱଜାଗରଣ’ ଶୀର୍ଷକ ଆଲୋଚନାରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଂକୁଳ ସଂଯୋଜକ ତଥା ପ୍ରଧାନ ଆଚାର୍ଯ୍ୟ ସୁଶୀଲ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ବେଣୁଧର ମନହୀରା ଓ ଉପସଭାପତି ରାଧେଶ୍ୟାମ ମିଶ୍ର ସଭାରେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଜୟଶ୍ୱାଲଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଗୁଡଭେଲା ବ୍ଲକର ତୁଷୁରା, ତେନ୍ତୁଳି ଖୁଣ୍ଟି ଓ ଗୁଡଭେଲା, ସଇଁତଳା ବ୍ଲକ୍‌ର ସଇଁତଳା, ଛନଛଡା ଓ ଟିକ୍ରାପଡା ଏବଂ ଦେଓଗାଁ ବ୍ଲକ୍‌ର ଅର୍ଜୁନ ପୁର ଓ ଜରାସିଂହା ଏହିପରି ତିନୋଟି ବ୍ଲକ୍‌ର ଆଠଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୧୧୬ ଜଣ ଗୁରୁଜୀ, ଗୁରୁମା ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟମାନେ ପ୍ରଶିକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷଣକୁ ଆଗେଇ ନେଇଥିଲେ ।

Leave A Reply

Your email address will not be published.