ommm
jittmm

ଅନ୍ଵେଷା ଅନୁଷ୍ଠାନ ପକ୍ଷରୁ ନିଆରା ୧୧୩ତମ ସାମୁହିକ ଜନ୍ମଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷା ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୩ତମ ସାମୁହିକ ଜନ୍ମଉତ୍ସବ ଆୟୋଜିତ ହୋଇଛି । ରାଉରକେଲା ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ଠାରେ ୧୧୩ତମ ସାମୁହିକ ଜନ୍ମଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ଉପ ସଭାପତି ରଶ୍ମିତା ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗଦା ସ୍ଥିତ ମାନବସେବା ପ୍ରତିଷ୍ଠାନର ଅନ୍ତେବାସୀ ମାନେ ହେମନ୍ତ ତାଣ୍ଡିଆଙ୍କ ଆହ୍ୱାନରେ ଯୋଗଦେଇଥିଲେ । ଚଳିତ ମାସରେ ଜନ୍ମ ଗ୍ରହଣ କରିଥିବା ପିଲାମାନଙ୍କ ସହ ଅନ୍ଵେଷା ପରିବାରର ସଦସ୍ୟମାନଙ୍କ ଜନ୍ମଦିନ ଉପଲକ୍ଷେ କେକ୍ କଟାଯାଇ ସେମାନଙ୍କ ସୁଖ ସମୃଦ୍ଧି କାମନା କରାଯାଇଥିଲା । ଅତିଥି ଭାବରେ ଶିକ୍ଷାବିତ ସୌଦାମିନୀ ସିଂ, ଲଳିତା ଲେଙ୍କା, ସମାଜସେବୀ କୁମାର ବେହେରା, ଡିମ୍ପଲ ସାହୂ, ନାରାୟଣ ସାହୂ, ଗୌରୀ ନାଗ, ଏହି ଅବସରରେ ଅନ୍ତେବାସୀ ମାନେ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ଅତିଥିମାନଙ୍କ ସହ ସମସ୍ତଙ୍କ ମଧ୍ୟରେ ଦୋସା, ମିଷ୍ଟାନ୍ନ ଓ ପିଠା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ, ପ୍ରଜ୍ଞା ପାରମିତା ଦାଶ, ପ୍ରମୋଦ ଜଗଦେବ, ମାନୋସୀ ଘୋଷ, ମାଧବୀ ଚୌଧୁରୀ, ଧନଞ୍ଜୟ ଚୌଧୁରୀ, ଅନ୍ଵେଷା ପଣ୍ଡା, ଦେବୀକା ଘୋଷ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.