tur
shyamlal

୫ ବର୍ଷ ବିତିଗଲା ପଛେ କଲ୍ୟାଣମଣ୍ଡପ ଏଯାଏଁ ସମ୍ପୂର୍ଣ୍ଣ ହେଲାନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଝାରବନ୍ଧ ପଞ୍ଚାୟତ ଅନ୍ତର୍ଗତ ପତ୍ରାଗୁଡାରେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ତିଆରି ହୋଇଥିବା କଲ୍ୟାଣ ମଣ୍ଡପ ୫ ବର୍ଷ ହେଲା ନିର୍ମାଣଧୀନ ଅବସ୍ଥା ପଡ଼ିରହିଛି । ପଞ୍ଚାୟତ ସମିତି ପାଇକମାଳ ତରଫରୁ ୨୦୧୯ – ୨୦ ବର୍ଷରେ ୩ ଲକ୍ଷ ବ୍ୟୟବରାଦ ଅଟକଳରେ ପତ୍ରାଗୁଡାରେ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଥିଲା । ହେଲେ ଏଯାଏଁ ଛାତ ପଡିନି । ଖରା, ବର୍ଷାରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପର ନଷ୍ଟ ହୋଇ ଛାୟା ଗୁଡ଼ିକ ଭାଙ୍ଗି ଯାଉଛି । ନିର୍ମାଣଧୀନ କଲ୍ୟାଣ ମଣ୍ଡପର କାହିଁକି ଏ ଯାଏଁ ସମ୍ପୂର୍ଣ୍ଣ ହେଇନି ଏଥିରେ ସଂପୃକ୍ତ ଠିକାଦାର ନା ପ୍ରଶାସନ ଅବହେଳା ଏନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏ ଦିଗରେ ପ୍ରଶାସନର ଦୃଷ୍ଟି ପଡିନି । ଏଥିପ୍ରତି ଉଚ୍ଚ କତୃପକ୍ଷ ନଷ୍ଟ ହେବା ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ବୁଦ୍ଧିଜୀବୀଙ୍କ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.