ଟିଟିଲାଗଡ଼ରେ ୨୩ତମ ଶୀତଳଷଷ୍ଠୀ ଉତ୍ସବ ସମ୍ପନ୍ନ

  • ଦେବ ଦମ୍ପତିଙ୍କ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ରେ ୨୩ତମ ଶୀତଳଷଷ୍ଠୀ ମହୋତ୍ସବ କମିଟିର ଆବାହକ ତଥା ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ୱରେ ହାଟପଦାପଡ଼ା ଭାଗବତ ମନ୍ଦିର ସ୍ଥିତ ବିବାହ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କନ୍ୟା ପିତାମାତା ଭାବେ ନିରାକାର ସରାଫ ଏବଂ ସପତ୍ନୀ ରଶ୍ମିତା ସରାଫ ଏବଂ ବର ପିତାମାତା ଭାବେ ସତ୍ୟନାରାୟଣ ବାଗ ସପତ୍ନୀ ମାଳତୀ ବାଗ ଦାୟିତ୍ୱ ତୁଳାଇଥିଲେ । ୨୩ ତାରିଖ ଦିନ ଦେବ ଦମ୍ପତିଙ୍କୁ ଉଭୟ ପକ୍ଷର ଲୋକେ ନିଜ ନିଜ ଘରକୁ ପୂଜାର୍ଚ୍ଚନା କରି ପାଛୋଟି ନେଇଥିଲେ । ୨୪ ତାରିଖ ସଂଧ୍ୟାରେ ପିତାମାତାଙ୍କ ଘରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ହାଟପଦାପଡ଼ା ଭାଗବତ ମନ୍ଦିର ବିବାହ ମଣ୍ଡପ ନିକଟକୁ ପହଞ୍ଚିଥିଲେ । ବହୁ ଲୋକ ଭଗବାନଙ୍କ ଏହି ବରଯାତ୍ରୀରେ ସାମିଲ ହୋଇଥିଲେ । ଠିକାଦାରପଡ଼ା ରାଧାକୃଷ୍ଣ ମନ୍ଦିର ସମ୍ମୁଖରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ ତରଫରୁ ସମସ୍ତଙ୍କୁ ସରବତ ବଣ୍ଟନ କରାଯାଇଥିଲା । ରାତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।

ବିବାହ ସମ୍ପନ୍ନ ହେବା ପରେ ୨୫ ତାରିଖ ସଂଧ୍ୟାରେ ଦେବ ଦମ୍ପତିଙ୍କୁ ଏକ ଶୋଭାଯାତ୍ରାରେ ବାହାର କରି ପ୍ରଭୁ ମହାଦେବ ଓ ମାତା ପାର୍ବତୀଙ୍କ ଧବଳେଶ୍ଵର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରଭୁ ଧବଳେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଭକ୍ତଙ୍କ ନିମନ୍ତେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ଚଳିତ ବର୍ଷ ଭଳି ଆଗାମୀ ବର୍ଷମାନଙ୍କରେ ମଧ୍ୟ ସହରବାସୀ ଏହି ଭଳି ସହଯୋଗ କଲେ ଆହୁରି ଜୋର୍‌ଦାର୍‌ ପ୍ରସ୍ତୁତି କରାଯିବା ନେଇ କମିଟିର ଆବାହକ ଶୁଭ୍ରାଂଶୁ ଦାସ କହିଥିଲେ । ଏହି ମହୋତ୍ସବକୁ ସଫଳ କରାଇବାରେ କମିଟି ଆବାହକ ଶୁଭ୍ରାଂଶୁ ଦାସ, ସଭାପତି ଶ୍ରୀପତି ସାହୁ, ସଂପାଦକ ସୁଧୀର ଘଡେଇ, କମିଟିର ବରିଷ୍ଠ ସଦସ୍ୟ ଲିଙ୍ଗରାଜ ସାହୁ, ପ୍ରକାଶ ସରାଫ, ପ୍ରମୋଦ ସରାଫ, ପ୍ରଦୀପ ସାହୁ, କୃଷ୍ଣ ଚନ୍ଦ୍ର ସରାଫ, ଗୋରୀ ପଟ୍ଟନାୟକ, ପ୍ରଭାକର ସରାଫ, ପ୍ରଫୁଲ୍ଲ ବୁଡେକ୍, ଧଳା କାହ୍ନୁ ବୁଡେକ୍, ବିଶିକେଶନ ବେହେରା ଓ କମିଟିର ବହୁ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!