ପିସିସି ସାଧାରଣ ସମ୍ପାଦକ ହେଲେ ଜ୍ଞାନରଞ୍ଜନ ପଟ୍ଟନାୟକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ନିର୍ବାଚନ ମଣ୍ଡଳୀର କଂଗ୍ରେସ ଯୁବନେତା ଓ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ଗ୍ରାମ ପଞ୍ଚାୟତ ଉଦୟପୁର ଗ୍ରାମର ଜ୍ଞାନରଞ୍ଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଦାୟିତ୍ୱ ସହ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ପୂର୍ବରୁ ଅଖିଳ ଭାରତ କଂଗ୍ରେସ କମିଟିର ସ୍ଥାୟୀ ସଦସ୍ୟ ଭାବେ ରହିଛନ୍ତି । ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ କେସି ବେଣୁଗୋପାଳ ଏବଂ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ସେ କଲେଜ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଛନ୍ତି । ସେ ଜଣେ ଦୃଢ ସଂଗଠକ, ସମାଜସେବୀ, ମେଳାପୀ, ଦୀର୍ଘ ଦିନ ହେଲା କଂଗ୍ରେସ ଦଳରେ ରହି ନିଷ୍ଠାର ସହ କଂଗ୍ରେସ ପାଇଁ କାମ ସମ୍ପାଦନ କରି ଆସୁଛନ୍ତି । ଶ୍ରୀ ପଟ୍ଟନାୟକ ପିସିସି ସାଧାରଣ ସମ୍ପାଦକ ହେବା ଫଳରେ କଂଗ୍ରେସ ମହଲରେ ଉତ୍ସାହ ତଥା କର୍ମୀ, ସମର୍ଥକ ଶୁଭେଚ୍ଛୁଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

Leave A Reply

Your email address will not be published.