oom

କଂଗ୍ରେସ ତରଫରୁ ସାମ୍ବାଦିକ ସମ୍ମିଳନୀ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଜିଲ୍ଲା ସଭାପତି ରବି ରାୟ ଓ ଅନ୍ୟାନ୍ୟ କର୍ମକର୍ତ୍ତାଗଣ ଉପସ୍ଥିତ ରହି କହିଲେ ଯେ, ଚଳିତ ନିର୍ବାଚନରେ ଯଦିଓ ଓଡ଼ିଆରେ ବିଶେଷ ସଫଳତା ହାସିଲ କରିପାରିନାହିଁ, ତେବେ ଜଣେ ସାଂସଦ ରୂପେ ନିର୍ବାଚିତ ହୋଇ ମର୍ଯ୍ୟାଦା ରଖିପାରିଛନ୍ତି । ବିଧାୟକଙ୍କ ସଂଖ୍ୟା ବଢ଼ିଛି । ବହୁ ସ୍ଥାନରେ କମ୍ ଭୋଟ ବ୍ୟବଧାନରେ ପରାଜୟର ସାମ୍ନା କରିଛୁ । ଏ ଦୃଷ୍ଟିରେ ଦେଖିଲେ ଜନସାଧାରଣଙ୍କ ବିଶ୍ୱାସ କଂଗ୍ରେସ ଉପରେ ବଢ଼ିଛି । ତେବେ ସମ୍ପ୍ରତି ବିଜେପି ସରକାର ତା’ର ପ୍ରତିଶୃତି ପୂରଣ କରିପାରିବ ବୋଲି ସନ୍ଦେହ କରାଯାଉଛି । ଯେପରି ରାଉରକେଲାରେ ମ୍ୟୁନିସିପାଲଟି ନିର୍ବାଚନ, ମ୍ୟୁନିସିପାଲଟି ଅନ୍ତର୍ଗତ ୱାର୍ଡ ଗୁଡ଼ିକରେ ବିଭିନ୍ନ ସମସ୍ୟା, ୩୦୦ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ଛାଡ, ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ, ମହିଳା ମାନଙ୍କୁ ଦିଆଯାଇଥିବା ପ୍ରତିଶୃତି ଆଦି ପୂରଣ ନକଲେ କଂଗ୍ରେସ ଏସବୁକୁ ଇସ୍ୟୁ କରି ରାଜରାସ୍ତାକୁ ଓହ୍ଲାଇବା ସାଙ୍ଗକୁ ଆବଶ୍ୟକ ହେଲେ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହେବେ ବୋଲି ଚେତାବନୀ ଦେଇଥିଲେ । କହିବାକୁ ଗଲେ ସରକାର ଦେଇଥିବା ପ୍ରତିଶୃତି ପାଳନ ନକଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ରାୟ ଚେତାଇବା ସଙ୍ଗେ ସଙ୍ଗେ ଭୋଟର ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ପ୍ରବୋଧ ଦାସ, ସବିର ହୁସେନ, ଉମେଶ ଶରଣ, ଅଶୋକ କୁମାର, ଶେଖ୍ ଫିରଦୋସ, ଦିବାକର ଦୀପ, ବିଶ୍ୱନାଥ ବାରିକ, କୁବେର ମିଶ୍ର, ବାବୁଲି ଢୋଲିଆ, ଗୱର ହୁସେନ, ବ୍ରଜ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.