ଲୋଇସିଂହା ବିଜେପି ବିଧାୟକ ପ୍ରାର୍ଥୀ ଡ. ମୁକେଶ ମହାଲିଙ୍ଗଙ୍କ ସାମ୍ବାଦିକ ସମ୍ମିଳନୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲୋଇସିଂହା ବିଜେପି ବିଧାୟକ ପ୍ରାର୍ଥୀ ଡ. ମୁକେଶ ମହାଲିଙ୍ଗଙ୍କ ଲୋଇସିଂହା ଅଗ୍ରସେନ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଡ. ମହାଲିଙ୍ଗଙ୍କ ସହ ବିଜେପି ମଣ୍ଡଳୀ ସଭାପତି ସରୋଜ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ସୁଲତା ପୁରୋହିତ, ଲେକ୍ରୁ ତ୍ରିପାଠୀ ମଂଚାସୀନ ଥିଲେ । ସର୍ବପ୍ରଥମ ମହାଲିଙ୍ଗ ବିଗତ ୫ ବର୍ଷ ମଧ୍ୟରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିକାଶ ପ୍ରତି ହୋଇଥିବା ଉନ୍ନୟନମୂଳକ କାମର ବିବରଣୀ ସଂଗେ ଆଗାମୀ ୫ ବର୍ଷ ନିର୍ବାଚିତ ହେଲେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିକାଶ ପ୍ରତି କି କି ପଦକ୍ଷେପ ନେବେ ଏକ ସଂକଳ୍ପପତ୍ର ଉନ୍ମୋଚନ କରି ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

Leave A Reply

Your email address will not be published.