lika

କୋକଡୁଙ୍ଗରି ଠାରେ କନ୍ଧ ସମାଜ ସମ୍ମିଳନୀ

gbag

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଡଙ୍ଗରପଡା ଗ୍ରାପ କୋକଡୁଙ୍ଗୁରି ଠାରେ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡା ଶାଖା ଡଙ୍ଗରପଡାର ସ୍ଥାୟୀ ସଭାପତି ଲଳିତ ଯାନୀଙ୍କ ସଭାପତିତ୍ୱରେ କନ୍ଧ ସମାଜ ସମ୍ମିଳିନୀ ଅନୁଷ୍ଠିତ ହୋଇ ଯାଇଛି । ସର୍ବ ପ୍ରଥମେ ଇଷ୍ଟାଦେବୀ ଜାଡେନଙ୍କ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ସମ୍ପାଦକ ଡିଙ୍ଗର ଭୋଇ ଏବଂ ମୁଖ୍ୟ ବକ୍ତା ରୂପେ ଜ଼ିଲ୍ଲା କନ୍ଧ ସମାଜ ସଭାପତି ସୁରେଶ ଭୋଇ ଯୁବ ସଂଗଠନର ସଂଗଠକ ଦୈତାରୀ ଭୋଇ, ଜୟ ଗୋପାଳ ଭୋଇ ତୁରକେଲା ସଭାପତି ଯୋଗ ଦେଇଥିବା ବେଳେ କନ୍ଧ ସମାଜ ଯୁବ ସଂଗଠନ ର ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟକାରୀ ସଭାପତି କୁବେର ଭୋଇ କୋଷାଧକ୍ଷ ମିନିକେତନ ପାତ୍ର, ତୁରେକେଲା ସଭାପତି ତିଳ ଭୋଇ, ମୁରିବାହାଲ ବ୍ଲକ ସଭାପତି ନୀଳାଞ୍ଚଳ ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କନ୍ଧ ସମାଜର ସାମାଜିକ ସମସ୍ୟା, ଜଳ, ଜଙ୍ଗଲ, ଜମି, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ପ୍ରଥା ପରମ୍ପରା, ଯୋଟଘାଟ ବିହା, ଯାନୀ ଝଙ୍କାରଙ୍କ ଜମିର ସ୍ଥିତି, ଯୁବ ପିଢ଼ିକୁ ଆହ୍ୱାନ ତଥା ଆମ ଜାତିର ପୁଅ ଝିଅ ସ୍ଵଜାତିରେ ବିବାହ ପାଇଁ ନିବେଦନ, କନ୍ଧ ମାନଂକର ଏକତା ଅଖଣ୍ଡତା ପାଇଁ ସାଙ୍ଗଠନିକ ସ୍ଥିତି ମଜବୁତ ସଂଗେ କନ୍ଧ ଜାତିରେ ଦାଦନ ସମସ୍ୟାର ସମାଧାନ ପାଇଁ ଓଡିଶା ସରକାରଙ୍କୁ ଜଣାଇବା ପାଇଁ ନିଷ୍ପତି ନିଆଯାଇଥିଲା । ଅନ୍ୟ ବାହ୍ୟ ସଂସ୍କୃତିକୁ ପ୍ରଶୟ ନ ଦେଇ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସାମାଜିକ ରୀତିନୀତିରେ କାର୍ଯ୍ୟ ସମାପନ କରିବା ପାଇଁ ଉପସ୍ଥିତ ସମସ୍ତେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ କପିଳାଶ ଭୋଇ, ଦିଗସନ ଭୋଇ, ଧନୁର୍ଯ୍ୟ ଝଙ୍କାର, ଅଭିରାମ ଭୋଇ ପ୍ରମୁଖ ସାମିଲ ହୋଇଥିଲେ ।

babaa
Leave A Reply

Your email address will not be published.