oom

ସିନ୍ଧେକେଲା ଜେଏମ୍‌ଡି ସ୍କୁଲରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

jsmm

ସିନ୍ଧେକେଲା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଜୟ ମା’ ଦ୍ୱାରସେହ୍ନୀ ଇଂରାଜୀ ମାଧ୍ୟମ ସ୍କୁଲରେ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ସଭାପତି ବିଦ୍ୟାଭୂଷଣ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପ୍ରତିଷ୍ଠାତା ଅନିଲ ଜେନା, ପରିଚାଳନା ସମିତି ସଦସ୍ୟ ନରେନ୍ଦ୍ର ସାହୁ, ଆଲୋକ ସାହୁ, ଉପଦେଷ୍ଟା ଗଣପତି ସାହୁ, ନାଗରିକ କମିଟି ସଭାପତି ସୁରିୟା ସାହୁ, ସାମ୍ବାଦିକ ଦୀନେଶ ଜୈନ, ସମାଜସେବୀ ଅନିଲ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଅଧ୍ୟକ୍ଷ ନିତେଶ ସାହୁ ସଭା ପରିଚାଳନା କରିଥିଲେ । ଶିକ୍ଷକ ମାନସ ସାହୁ, ଟିକେରାଜ ସାହୁ, ଟଙ୍କଧର ସାହୁ, ଶିକ୍ଷୟିତ୍ରୀ ମଧୁ ଛୁରା, ସୁଜାତା ସିହ୍ନା, ସୌଭାଗ୍ୟ ସାହୁ, ପ୍ରତିମା ଷଡଙ୍ଗୀ, ସସ୍ମିତା ନାଗ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.