ଓଡିଶା ଗ୍ରାମ ପଚାଂୟତ କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ

  • ସରକାର ଦାବୀ ନମାନିଲେ ବିଧାନସଭା ସମ୍ମୁଖରେ ଆତ୍ମହୂତୀ ଦେବା ଚେତାବନୀ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲାର ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ତରଫରୁ ପାଟଣାଗଡ ବର୍ଥଲା ଗ୍ରାମ ପଚାଂୟତ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଥିବା ୧୪ଟି ବ୍ଲକର ସମସ୍ତ ପଚାଂୟତରେ କାମ କରୁଥୁବା ପିଅନ, ରାତ୍ର ଜଗୁଆଲି, ଝାଡୁଦାର ଆଦି ଚତୁର୍ଥ ଶ୍ରେଣୀର କର୍ମଚାରୀମାନେ ବୈଠକରେ ଯୋଗଦେଇ ତାଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।ପରେ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଅୟୋଜନ କରାଯାଇଥିଲା । ଯେଉଁଥିରେ ସଂଘର ସଭାପତି ବଳଦେବ ଚୌହାନ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସବୁ କାମରେ ଆମ ଚତୁର୍ଥ ଶ୍ରେଣୀର କର୍ମଚାରୀମାନେ ସହଯୋଗ କରି କାମ କରିଆସୁଅଛୁ । ସକାଳ ୧୦ଟାରୁ ଆସି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପଚାଂୟତ ସମର୍ପିତ ପ୍ରାୟତଃ ସମସ୍ତ କାମ କରିଆସୁଛୁ । ହେଲେ ଏହାର ପ୍ରାପ୍ତ ବାବଦକୁ ମାସକୁ ୧୫ ଶହରୁ ୨ ହଜାର ଟଙ୍କା ଦରମା ମିଳୁଛି । ଏତିକିରେ ଆମେ ଆମ ପରିବାର କେମିତି ପ୍ରତିପୋଷଣ କରିବୁ । ସରକାର ରାଜ୍ୟରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ କରି କର୍ମଚାରୀମାନଙ୍କୁ ନିୟମିତ କଲେ । ହେଲେ ଆମକୁ ଛାଡିଦେଲେ, କାହିଁକି ଆମପ୍ରତି ଏତେ ବୈମାତୃକ ମନୋଭାବ ରଖୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେ ବି କୌଣସି ସୁଫଳ ମିଳିପାରି ନାହିଁ । ଯଦି ଆଗକୁ ଆମକଥା ମୁଖ୍ୟମନ୍ତ୍ରୀ ନ ଶୁଣି ଆମକୁ ସ୍ଥାୟୀ ନିଯୁକ୍ତି ଓ ସମାନ କାମକୁ ସମାନ ଦରମା ନ ଦେଲେ ଆଗାମୀ ବିଧାନସଭା ସମ୍ମୁଖରେ ଆତ୍ମହୂତି ଦେବୁ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିରେ କର୍ମଚାରୀ ସଂଘ ସଭାପତି ବଳଦେବ ଚୌହାନ, ସଂପାଦକ ଅରକ୍ଷୀତ ବାଗଙ୍କ ସମେତ ଜିଲ୍ଲାର ସମସ୍ତ ପଞ୍ଚାୟତର ପିଅନ ସହ ସଂଘର ଶତାଧିକ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.