ପଣ୍ଡରାନି ଗ୍ରାମରେ ଅଭିରାମ ଆଶ୍ରମର ବାର୍ଷିକ ଭକ୍ତ ସମ୍ମିଳନୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିକଟସ୍ଥ ପଣ୍ଡରାଣୀ ଗ୍ରାମର ଶ୍ରୀ ଶ୍ରୀ ଅଭିରାମ ଆଶ୍ରମରେ ୧୧ତମ ବାର୍ଷିକ ଭକ୍ତ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଧିବାସ ଓ ଅଷ୍ଟପ୍ରହର ନାମ ସଙ୍କୀର୍ତ୍ତନ, ଅନ୍ନଯଜ୍ଞ, ଘୃତଯଜ୍ଞ ହୋଇଥିଲା । ପୁରୀ ଜିଲ୍ଲା ଶାନ୍ତିଧାମରୁ ଆଗତ ବରେଣ୍ୟ ବାବାଜୀ ଶେଷଦେବ ଦାସ ଓ ବାବାଜୀ ସୁମନ୍ତ ଦାସ ମହାରାଜଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ପୁରନ୍ଦର ମଲ୍ଲିକ ସସ୍ତ୍ରିକ କର୍ତ୍ତା ଦାୟିତ୍ଵ ତୁଳାଇ ଥିଲେ । କନ୍ଧୁମୁଣ୍ଡା, ରଘୁମଣୀପାଲି ଓ ପଣ୍ଡରାଣୀର ସଂକୀର୍ତ୍ତନ ଦଳ ସହ ଅଭିରାମ ଭଜନ ମଣ୍ଡଳୀର ଗୁରୁ ଭାଇ ଓ ଭଉଣୀମାନେ ନାମ ସଙ୍କୀର୍ତ୍ତନରେ ଅଂଶ ଗ୍ରହଣ କରିଥିଲେ । ସଭାପତି ଜଗଦୀଶ ପରୁଆ, ସଂପାଦକ ଡାକ୍ତର ଥାଟି, ସତ୍ୟବାନ ପରୁଆ, ବସୁଦେବ ପରୁଆ, ରମାକାନ୍ତ ସାହୁ, ପ୍ରଫୁଲ୍ଲ ଥାଟି, ଗୌରୀ ଶଙ୍କର ସାହୁ, ବାହାଦୁର ଥାଟୀ, ସାହାଦୁର ଥାଟି, ଜେଠୁ ସାହୁ, କାମଦେବ ପରୁଆ, ବେଦବ୍ୟାସ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.