ସ୍ମୃତି ସାନ୍ତ୍ଵନାର ସ୍ୱତନ୍ତ୍ର ଲେଖିକା ସମ୍ମିଳନୀ

  • ସମ୍ମାନିତ ହେଲେ ଅଙ୍ଗୁରବାଳା, ସ୍ନେହଲତା, ସୁଧୀରାଲକ୍ଷ୍ମୀ ଓ ସୌଦାମିନୀ

ରାଉରକେଲା/ ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : ତ୍ରୈମାସିକ ଓଡ଼ିଆ ପତ୍ରିକା ସ୍ମୃତି ସାନ୍ତ୍ଵନାର ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଲେଖିକା ସମ୍ମିଳନୀ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । କବି ଅଙ୍ଗୁରବାଳା ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୌଦାମିନୀ ତ୍ରିପାଠୀ ବେଦପାଠ କରିଥିଲାବେଳେ ସମ୍ପାଦିକା ସବିତା ରାଣୀ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସହ ସମ୍ପାଦିକା ସୁମିତ୍ରା ମିଶ୍ର ଅତିଥି ପରିଚୟ ଓ ସଭାପତି ଆଶାଲତା ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ମୃତି ସାନ୍ତ୍ଵନାର ସ୍ୱତନ୍ତ୍ର ଲେଖିକା ବିଶେଷାଙ୍କ ପତ୍ରିକା ଲୋକାର୍ପିତ ହୋଇଥିଲା । ଉଦଘାଟିକା ଭାବେ ସୁସାହିତ୍ୟିକା ବନଜା ଦେବୀ, ମୁଖ୍ୟ ଅତିଥି ଭାବେ ଡ. ଶକୁନ୍ତଳା ବଳିଆର ସିଂହ, ମୁଖ୍ୟବକ୍ତା ଭାବେ ଡ. ସୋମା ଚାନ୍ଦ ସମୟ ସୁଅରେ ନାରୀ ବିଷୟରେ ମତ ରଖିଥିଲେ । ଏହି ଅବସରରେ ଅଙ୍ଗୁରବାଳା ପରିଡ଼ା, ସ୍ନେହଲତା ଦାସ ଲେଙ୍କା, ସୁଧୀରାଲକ୍ଷ୍ମୀ ପଟ୍ଟନାୟକ, ସୌଦାମିନୀ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରଥମ ଅଧିବେଶନରେ କବି କାନନବାଳା ପଟ୍ଟନାୟକ, ଶରତକୁମାରୀ ମିଶ୍ର, କମଳକୁମାରୀ ଦାଶ,ଅନିମା ପଟ୍ଟନାୟକ, ମନୋରମା ପଣ୍ଡାଙ୍କ ସଂଯୋଜନାରେ ୫୦ରୁ ଉର୍ଦ୍ଧ୍ବ କବି ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଗୀତାଞ୍ଜଳି ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.