ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ପରିଚାଳିତ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲରେ ଅଭିଭାବକ ଓ ବିଦ୍ୟାଳୟ ମ୍ୟାନେଜିଂ କମିଟି ମଧ୍ୟରେ ଏକ ଅଭିଭାବକ ସମ୍ମିଳନୀ ତଥା ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ବରିଷ୍ଠ ପ୍ରବନ୍ଧକ ସୁଚିନ୍ଦ୍ରମ ସେନଗୁପ୍ତ ଓ ସ୍କୁଲର ଅଧ୍ୟକ୍ଷା ଡ. ଖୁସବୁ ଜ୍ୟୋତିଙ୍କ ଆବାହକତ୍ୱ ଓ ସଂଯୋଜକ ଯଶବିନ୍ଦର କୌରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିକ୍ଷିତ ଗୃପର ଯୋଗେଶ ପ୍ରଜାପତି ଯୋଗଦେଇ ଅଭିଭାବକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି ଅବସରରେ ଅଭିଭାବକଙ୍କ ଦାୟିତ୍ଵ, ପିଲା ମାନଙ୍କର ପାଠପଢା, କ୍ଲାସ କିପରି ହେବ, କେଉଁ ବିଷୟରେ ପଢାଯିବ, ଫୋନ ଓ ଟିଭିର କମ୍ ବ୍ୟବହାର, ପିଲାମାନଙ୍କ ଆଗରେ ଅଭିଭାବକମାନେ ଝଗଡା ନକରିବା ସହ ବିଭିନ୍ନ ଉପାଦେୟ ବିଷୟରେ ଆଲୋଚନା କରାଯାଇଥିଲା । ସେହିପରି ଅଭିଭାବକମାନେ ବିଭିନ୍ନ ପ୍ରଶ୍ନର ଉତ୍ତର ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଶିଷ୍ୟା ଯୋଗଗୁରୁ ବଲଭିନ୍ଦର କୌର ପ୍ରୋଜେକ୍ଟର ମାଧ୍ୟମରେ ଆତ୍ମବିଶ୍ୱାସ ବୃଦ୍ଧି, ସୋସିଆଲ ମିଡ଼ିଆକୁ କିପରି ହ୍ରାସ, ମାନବିକ ମୂଲ୍ୟବୋଧ, ସୁଦର୍ଶନ କ୍ରିୟା, ଯୋଗ, ମେଧା ଯୋଗ ସମ୍ପର୍କରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧୀଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ମୀନାକ୍ଷୀ ପାଢ଼ୀ, ମଧୁସ୍ମିତା ଷଡ଼ଙ୍ଗୀ, ମୋନାଲିସା ପଟ୍ଟନାୟକ, ନୈନା ବେହେରା, ଲୋପାମୁଦ୍ରା ଦାଶ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସଂଯୋଜିକା ଶ୍ରୀମତୀ କୌରର ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post