centurian jitm

ପଦ୍ମପୁର ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତା ସମ୍ମିଳନୀ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ସ୍ଥିତ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସଠାରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀସ୍ତରୀୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ଆଗାମୀ ଦିନରେ ଚାଷୀ ଅଧିକାର ସମାବେଶର ଆୟୋଜନ ଓ ବୁଥ୍‌ ସ୍ତରରେ ସଂଗଠନକୁ କ୍ରିୟାଶୀଳ କରାଯିବାକୁ ଆଲୋଚନା କରାଯାଇଥିଲା । ବରିଷ୍ଠ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଆମ ଅଞ୍ଚଳର ଚାଷୀ ବୀମା ଟଙ୍କା ନ ପାଇ କିଭଳି ସମସ୍ୟାରେ ଅଛନ୍ତି ଆଲୋକପାତ କରିବା ସହ ବୀମା କମ୍ପାନୀର ସ୍ୱେଚ୍ଛାଚାରୀ କାର୍ଯ୍ୟକଳାପ ସହ ରାଜ୍ୟ ସରକାରଙ୍କ କମ୍ପାନୀ ପ୍ରୀତିକୁ ତୀବ୍ର ଭର୍ତ୍ସନା କରି କହିଥିଲେ ଯେ, ଆମେ ଚାଷୀଙ୍କ ସହ ରହିଛୁ ଏବଂ ଆଗାମୀ ଦିନରେ କ୍ରପ୍‌କଟିଙ୍ଗ ଆଧାରରେ ଚାଷୀଙ୍କ ବୀମା ଅର୍ଥ ନ ମିଳିଲେ ବ୍ୟାପକ ଜନ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବାକୁ କର୍ମୀମାନଙ୍କୁ ଆହ୍ଵାନ ଦେଇଥିଲେ । ବୈଠକରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସାଧାରଣ ସଂପାଦକ ଗୋବର୍ଦ୍ଧନ ଭୋଏ ଆଗାମୀ ସାଧାରଣ ନିର୍ବାଚନ ପାଇଁ ତୃଣମୂଳ ସ୍ତରରୁ ସଙ୍ଗଠନ ମଜବୁତ କରିବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ ବହିଦାର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଦୁର୍ଗାପ୍ରସାଦ ଅଗ୍ରୱାଲ, ରାଜବୋଡାସମ୍ବର ବ୍ଲକ ସାଂସଦ ପ୍ରତିନିଧି ଡା. ଶ୍ରୀକାନ୍ତ ପାଣିଗ୍ରାହୀ, ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁ, ପଦ୍ମପୁର ନଗର ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ ପଣ୍ତା, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ସମସ୍ତ ମଣ୍ତଳ ସଭାପତି ମଞ୍ଚାସୀନ ଥିବାବେଳେ ପଦ୍ମପୁର, ପାଇକମାଲ, ଝାରବନ୍ଧ ବ୍ଲକର ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଭାଗନେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.