ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ଥାନୀୟ ଟାଉନ କ୍ଲବ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳା ଓ ସଂସ୍କୃତିର ମହାମିଳନର ମଞ୍ଚ ଅନୁଷ୍ଠିତ ହେବାକୁ ଯାଉଛି । ତେବେ କମିଟି ତରଫରୁ ଆୟୋଜିତ ହେଉଥିବା ପଦ୍ମପୁର ଲୋକ ମହୋତ୍ସବର ବିଭିନ୍ନ ପର୍ଯ୍ୟାୟ ଥିବା ବେଳେ ଆସନ୍ତା ତା. ୧୦.୧୨.୨୦୨୫ ରିଖରୁ ଆନୁଷ୍ଠାନିକ ଭାବରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହେବ । ତେବେ ଏହା ପୂର୍ବରୁ ପ୍ରତିବର୍ଷ ଭଳି ତା. ୦୯.୧୨.୨୦୨୫ ରିଖ ଦିନ କମିଟି ପକ୍ଷରୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହେବାକୁ ଯାଉଛି । ଏନେଇ ଆଜି ଆୟୋଜକ କମିଟି ତରଫରୁ ସ୍ଥାନୀୟ ଅଶୋକ ପଡିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଥିଲା । ତେବେ ସାଂସ୍କୃତିକ ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୨୨ଟି ଦଳ ଏବଂ ଝାଙ୍କି ଅଂଶଗ୍ରହଣ କରୁଥିବା ବେଳେ ମଞ୍ଚରେ ହେବାକୁ ଥିବା ସାଂସ୍କୃତିକ ସନ୍ଧ୍ୟାର ପର୍ବରେ ରାଜ୍ୟ ବାହାରୁ ତିନୋଟି ଦଳ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରୁ ପ୍ରାୟ ୧୧ଟି ଏବଂ ଆମ ଅଞ୍ଚଳର କଳା ସଂସ୍କୃତିକୁ ଦର୍ଶାଉ ଥିବା ପ୍ରାୟ ପାଞ୍ଚଟି ଦଳ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ କମିଟି ତରଫରୁ ସମ୍ବଲପୁରୀ ବାନ୍ଧକଳାର ପ୍ରଚାର ପ୍ରସାର ଏବଂ ଚଲଣୀକୁ ନେଇ ଏକ ଫ୍ୟାସନ ଶୋ ସମ୍ବଲପୁରୀ ପିନ୍ଧନ୍ ଉଢନ୍ର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଞ୍ଚଳବାସୀଙ୍କୁ ନିଜର ଯୋଗଦାନ ସହ ଆୟୋଜନକୁ ସଫଳ କରିବା ପାଇଁ କମିଟି ତରଫରୁ ସଭାପତି ପ୍ରୀତେଶ କୁମାର ବହିଦାର ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଥିଲେ । ତେବେ ଏହି ସମ୍ମିଳନୀରେ ଲୋକ ମହୋତ୍ସବର ଆବାହକ ଅଶୋକ କୁମାର ମିଶ୍ର, ଉପସଭାପତି ନରେଶ ସୁନ୍ଦର ସାହୁ, ସରୋଜ ମିଶ୍ର, ବିକାଶ କୁମାର ବହିଦାର, ନରୋତ୍ତମ ପଧାନ, ନିରୋଜ ସିହ୍ନା, ଅମିତ ଗର୍ଗ, ଶୁଭମ ପଟ୍ଟନାୟକ, ଦିନେଶ ବାରିକ, ଆଇନଜୀବୀ ସୋମେଶ ଚନ୍ଦ୍ର ମହାନ୍ତି, ସୁରଜ ସୁନା, ଅନିଲ ଗୁର୍ଲ୍ଲା ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।