ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ୟାଡମିଣ୍ଟନ ଅନୁଷ୍ଠାନ ତରଫରୁ ମୀରାଇନ ଲଜ ଠାରେ କପିଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାବୁଲୁ ଶେଖ, ହରିଶହଙ୍କର ସିଂହ, ଦେବାଶିଷ ପଣ୍ଡା, ରାଜା ଶେଖ, ବଂଶୀ ଅଗ୍ରୱାଲ ମଞ୍ଚାସୀନ ଥିଲେ । ଏବଂ ଆସନ୍ତା ୬ ଓ ୭ ତାରିଖ ଦିନ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଦୁଇ ଦିନ ଧରି ଉକ୍ତ ଟୁର୍ଣ୍ଣାମେଣ୍ଟ ହେବ ବୋଲି ସୂଚନା ଦେଇଥିଲେ । ଏଥିରେ ଓଡିଶାର ଅନେକ ବଡ ବଡ ବ୍ୟାଡମିଣ୍ଟନ ଖେଳାଳି ଭାଗ ନେବାକୁ ଆସିବେ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏଥିରେ ନିପୁନ ସାହୁ, ମହମ୍ମଦ ଅବତାଭ, ଫିରୋଜ ଖାନ, ଆକିବ ଖାନ, ସଲ୍ଲୁ ଅବତାଭ, ରିତେଶ ସାହୁ, ସୁନୀଲ ସାହୁ, ସୁଧୀର ସାହୁ, ଅନୁକଳ୍ପ ତ୍ରିପାଠୀ, ହରେଶ ଅଗ୍ରୱାଲ, ଅପୁ ସାହୁ, ଶ୍ରୀ ସାହୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସହଯୋଗ କରିଥିଲେ । ଶେଷରେ ବାବୁଲୁ ଶେଖ ଧନ୍ୟବାଦ ଅର୍ପଣ କରିଥିଲେ ।