ବଲାଙ୍ଗିର ଓଷ୍ଟା ଜୋନ୍‌ର ସାମ୍ବିଧାନିକ ସମ୍ବିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭଗବାନ ବିଦ୍ୟାମନ୍ଦିର ଖୁଜେନପାଲି ଠାରେ ବଲାଙ୍ଗିର ଜୋନର ସାଂଗଠାନିକ ସମ୍ମିଳନୀ ସଭାପତି ସୁରେଶ ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ରାଜ୍ୟ ଉପ- ସଭାପତି ସୁଧିର କୁମାର ନାଏକ, ରାଜ୍ୟ ସଂପାଦିକା ରଂଜିତା ମିଶ୍ର, ଜିଲ୍ଲା ସଭାପତି ପ୍ରଦୀପ କୁମାର ପଟେଲ, କାର୍ଯ୍ୟକାରୀ ସଭାପତି ଅନିଲ କୁମାର ସାହୁ, ଜିଲ୍ଲା ସଂପାଦକ ଶଙ୍କର ପ୍ରସାଦ ମିଶ୍ର, ଜିଲ୍ଲା ଯୁଗ୍ମ ସଂପାଦକ ଶୁଭେନ୍ଦ୍ର କୁମାର ମହାନ୍ତି, ଜିଲ୍ଲା-ଉପସଭାପତି ପ୍ରଣତି ପାଣିଗ୍ରାହୀ, କାର୍ଯ୍ୟକାରୀ ସଦସ୍ୟା ପଦ୍ମାଳୟ ତ୍ରିପାଠି ଓ ପର୍ଯ୍ୟବେକ୍ଷକ ଭାବରେ ସଇଁନ୍ତଲା ବ୍ଲକ ସଂପାଦକ ମନୋଜ କୁମାର ବେହେରା ଓ ପାଟଣାଗଡ ବ୍ଲକ ସଂପାଦକ ସଂଜୀବ ହୋତାଙ୍କ ଉପସ୍ଥିତିରେ ସାଂଗଠନିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ବଲାଙ୍ଗିର ଜୋନ୍‌ର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବରେ ସୁରେଶ କୁମାର ଷଡଙ୍ଗୀ, ଉପ-ସଭାପତି ଜଗନ୍ନାଥ ସାହୁ ଓ ସଂଜୁଲତା ମିଶ୍ର, ସଂପାଦକ ସଂଜୟ କୁମାର ତ୍ରିପାଠି, ଯୁଗ୍ମ ସଂପାଦକ ସରୋଜ କୁମାର ମାଝି ଓ ସାଧନା ସ୍ୱାଇଁ, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ରଂଜନ କୁମାର ଆଚାର୍ଯ୍ୟ, ସରୋଜ କୁମାର ସାହୁ, ଲଲାଟ କେଶରୀ ପ୍ରଧାନ ଓ ସର୍ଜନ କୁମାର ପଟେଲ, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ରୂପେ ସୁଧାନିଧି ମିଶ୍ର, ଇନ୍ଦ୍ରମଣି ସାହୁ, କୃଷ୍ଣଚନ୍ଦ୍ର ମିଶ୍ର ଓ ହରେକୃଷ୍ଣ ପୋଢ ମନୋନୀତ ହୋଇଥିଲେ । ଶେଷରେ ସୁରେନ୍ଦ୍ର କୁମାର ନାଥ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.